ବାଲେଶ୍ୱରରେ ୧୨ଟି ଜୋନରେ ବିଜେଡି ଜିତିଥିବାବେଳେ ବିଜେପି ଓ କଂଗ୍ରେସକୁ ମିଳିଲା ଗୋଟିଏ ଲେଖାଏଁ ଆସନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଚାଲିଛି । ଆରମ୍ଭରୁ ହିଁ ବିଜେଡି ବିରୋଧୀଙ୍କୁ ମାତ ଦେଇ ଆଗେଇ ଚାଲିଛି । ଏହା ମଧ୍ୟରେ ଗତକାଲି ବାଲେଶ୍ୱର ଜିଲ୍ଲାରେ ଦ୍ଵିତୀୟ ପର‌୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟଗଣତି ୧୪ଟି ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ୧୨ଟି ଜୋନରେ ଜିତିଥିବା ବେଳେ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ଜିତିଥିବା ଜଣାଯାଇଛି। ତେବେ ଖଇରା ବ୍ଲକର ୪ ନମ୍ବର ଜୋନରୁ ବିଜେଡିରୁ ରଶ୍ମିତା ମହାପାତ୍ର ଜିତିଛନ୍ତି । ଔପଦା ବ୍ଲକର ୨ ନମ୍ବର ଜୋନରୁ ବିଜେପିରୁ ଉଷାରଣୀ ରାଉଳ ଜିତିଛନ୍ତି । ଜଳେଶ୍ୱର ବ୍ଲକର ୮ ନମ୍ବର ଜୋନରୁ ବିଜେଡିରୁ ଗୌରାଙ୍ଗ ସିଂ ଜିତିଛନ୍ତି । ନୀଳଗିରି ବ୍ଲକର ୧୨ ନମ୍ବର ଜୋନରୁ ବିଜେଡିରୁ ରଶ୍ମିତା ସିଂ ଜିତିଛନ୍ତି । ବସ୍ତା ବ୍ଲକର ୧୫ ନମ୍ବର ଜୋନରୁ ବିଜେଡିରୁ ଦେବିକା ସୋରେନ ଜିତିଛନ୍ତି । ବାହାନଗା ବ୍ଲକର ୧୯ ନମ୍ବର ଜୋନରୁ ବିନପ୍ରଭା ଶିଅଳ ଜିତିଛନ୍ତି । ବାଲିଆପାଳ ବ୍ଲକର ୨୨ ନମ୍ବର ଜୋନରୁ ବିଜେଡିରୁ ନିଶାକର ସେଠୀ ଜିତିଛନ୍ତି । ବାଲେଶ୍ୱର ବ୍ଲକର ୨୬ ନମ୍ବର ଜୋନରୁ ବିଜେଡିରୁ ସୋନାଲି ବିଶ୍ୱାଳ ଜିତିଛନ୍ତି ।

ବାଲେଶ୍ୱର ବ୍ଲକର ୨୭ ନମ୍ବର ଜୋନରୁ ବିଜେଡିରୁ ବନଲତା ସେଠୀ ବିଶ୍ୱାଳ ଜିତିଛନ୍ତି । ଭୋଗରାଇ ବ୍ଲକର ୩୨ ନମ୍ବର ଜୋନରୁ ବିଜେଡିରୁ କବିତା ମହାନ୍ତି ଜିତିଛନ୍ତି । ଭୋଗରାଇ ବ୍ଲକର ୩୩ ନମ୍ବର ଜୋନରୁ କଂଗ୍ରେସରୁ ସନ୍ତୋଷ ଜେନା ଜିତିଛନ୍ତି । ରେମୁଣା ବ୍ଲକର ୩୩ ନମ୍ବର ଜୋନରୁ ବିଜେଡିରୁ କଲ୍ୟାଣୀ ବାରିକ ଜିତିଛନ୍ତି । ସିମୁଳିଆ ବ୍ଲକର ୪୧ ନମ୍ବର ଜୋନରୁ ବିଜେଡିରୁ ସାବିତ୍ରୀ ପାଢ଼ୀ ଜିତିଛନ୍ତି । ସେହିପରି ସୋର ବ୍ଲକର ୪୪ ନମ୍ବର ଜୋନରୁ ବିଜେଡିରୁ ଜୟନ୍ତ କୁମାର ସ୍ୱାଇଁ ଜିତିଛନ୍ତି । ଅନ୍ୟପଟେ ଦ୍ୱିତୀୟ ପର‌୍ୟ୍ୟାୟ ଗଣତି ସୁଦ୍ଧା ଜିଲ୍ଲାରେ ବିଜେଡି ଖାତାକୁ ୨୨ଟି ଜିଲ୍ଲା ପରିଷଦ ଆସନ ଯାଇଥିବା ବେଳେ ୪ଟି ବିଜେପି ଏବଂ ଗୋଟିଏ କଂଗ୍ରେସ ଖାତାକୁ ଯାଇଥିବା ଜଣାଯାଇଛି।

Related Posts