ରୁଷ ଓ ୟୁକ୍ରେନ ମଧ୍ୟରେ ଘନୀଭୂତ ହେବାରେ ଲାଗିଛି ଯୁଦ୍ଧ | ଯୁଦ୍ଧ ଉଗ୍ର ରୂପ ଧାରଣ କରିଥିବା ବେଳେ, ଉଭୟଙ୍କ ମଧ୍ୟରେ ଜାରି ରହିଛି ଆକ୍ରମଣ | ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି | ସେପଟେ ଏହାରି ମଧ୍ୟରେ ରୁଷ ସୈନ୍ୟ ମାନଙ୍କୁ ମୋତେ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିବା କହି ଏଭଳି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର୍‌ ଜେଲେନିସ୍କି।

ୟୁକ୍ରେନ୍‌-ରୁଷ ମଧ୍ୟରେ ଯୁଦ୍ଧ ସଙ୍କଟ ତୀବ୍ର ହେଉଥିଲା ବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଲଗାତାର ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛନ୍ତି। ଏଥିପାଇଁ କ୍ରେମଲିନ୍ (ଋଷର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ) ୪୦୦ସଶସ୍ତ୍ର ସଂଗ୍ରାମୀଙ୍କୁ କିବକୁ ପଠାଇଛନ୍ତି । ଯେ କୌଣସି ମୂହୂର୍ତ୍ତରେ ଏମାନେ ମୋତେ ମାରିପାରନ୍ତି ।

ଏଥିସହ କିଭ୍‌କୁ ଦଖଲକୁ ନେବାକୁ ମସ୍କୋ ଯୋଜନା କରିଛି। ରାଷ୍ଟ୍ରପତି ପୁଟିନ ‘ୱାଗେନର’ ନାମକ ଏକ ସାମରିକ ସଙ୍ଗଠନ ୟୁକ୍ରେନ୍‌ରେ ବ୍ୟବହାର କରିଛନ୍ତି। ଏହି ଗ୍ରୁପରେ ଥିବା ଅଧିକାଂଶ ସୈନ୍ୟଙ୍କୁ ଆଫିକ୍ରାରୁ ଅଣାଯାଇଛି। ଜେଲେନିସ୍କି ସରକାର ମୁଣ୍ଡ କାଟିବା ପାଇଁ ସେମାନଙ୍କୁ ୫ ମାସ ଆଗରୁ ଅଣାଯାଛି। ସେମାନଙ୍କୁ ମୋଟା ଅଙ୍କର ବୋନସ ଦିଆଯାଇଛି ବୋଲି ସେ କହିଛନ୍ତି। ଏହି ଭଡ଼ାଟିଆ ସୈନ୍ୟମାନେ ୟୁକେନ୍‌ରେ ଶନିବାର ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ ୟୁକ୍ରେନ୍‌ ପକ୍ଷରୁ କିଭ୍‌ରେ ୩୬ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏହି ସୈନ୍ୟମାନଙ୍କଠାରୁ ନିଜକୁ ରକ୍ଷା ପାଇଁ ୟୁକ୍ରେନ୍‌ ନାଗକରିକଙ୍କୁ ସତର୍କ କରାଯାଇ ଥିବା ସେ କହିଛନ୍ତି।

ଶନିବାର ସକାଳେ ୟୁକ୍ରେନ ସରକାର ସେମାନଙ୍କ ମିଶନ ବିଷୟରେ ସୂଚନା ପାଇଥିଲେ । ଏହା ପରେ ୟୁକ୍ରେନ ସରକାର ରାଷ୍ଟ୍ରପତିଙ୍କ ସୁରକ୍ଷା ବୃଦ୍ଧି କରିଛନ୍ତି । ଏହି ମିଶନ ବିଷୟରେ ସୂଚନା ପାଇବା ପରେ, ୟୁକ୍ରେନ ସରକାର ରାଜଧାନୀରେ ୩୬ ଘଣ୍ଟିଆ ହାର୍ଡ କର୍ଫ୍ୟୁ ଲାଗୁ କରିଛନ୍ତି । ନାଗରିକମାନଙ୍କୁ କୁହାଯାଇଛି ଯେ ଯଦି ଏହି ସମୟ ମଧ୍ୟରେ କେହି ବାହାରେ ଦେଖା କରନ୍ତି ତେବେ ସେମାନଙ୍କୁ ଗୁଳି କରିହେବ ।