ଋଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ ଜାରି ରଖିଛନ୍ତି । ଘନଘନ ମିସାଇଲ ମାଡରେ ଥରୁଛି ୟୁକ୍ରେନ ମାଟି । ଭୟରେ ଅନେକ ଲୋକ ଦେଶ ଛାଡୁଥିବା ଦେଖିବାକୁ ମିଳିଛି । ତେବେ ଏହି ହୃଦୟ ବିଦାରକ ସମୟ ମଧ୍ୟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ୟୁକ୍ରେନ୍ରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଘନଘନ ମିସାଇଲ ମାଡରେ ଥରହର ହେଉଛି ୟୁକ୍ରେନ୍ ରେ ପଶି ତାଣ୍ଡବ ଚଳାଇଛନ୍ତି ଋଷ ସେନା ଙ୍କ ଭିଡ଼ିଓ ସାମ୍ନାକୁ ଆସିଛି । ଅନ୍ୟପଟେ ୟୁକ୍ରେନ୍ ଲୋକଙ୍କ ଆଗରେ କାନ୍ଦିପକାଇଛନ୍ତି ଆତ୍ମସମର୍ପଣ କରିଥିବା ଜଣେ ଋଷ ସୈନୀକ । ଗୋଟିଏ ପଟେ ନିଷ୍ଠୁରତାର ସବୁ ସୀମା ପାର୍ କରୁଛି ଋଷ । ଅନ୍ୟପଟେ ଆତ୍ମସମର୍ପଣ କରିଥିବା ସୈନ୍ୟଙ୍କୁ ସୁରକ୍ଷା ଦେଉଛନ୍ତି ୟୁକ୍ରେନ୍ ନାଗରିକ ।
କେବଳ ସୁରକ୍ଷା ଦେଉଛନ୍ତି ତାହା ନୁହେଁ ଖାଇବାକୁ ବି ଦେଉଛନ୍ତି । ଆଉ ସାହସ ମଧ୍ୟ । କେବଳ ସେତିକି ନୁହେଁ ଫୋନ ଯୋଗେ ସେହି ସୈନ୍ୟଙ୍କ ମା’ ଙ୍କ ସହିତ କଥାବାର୍ତ୍ତା ବି କରାଉଛନ୍ତି । ମା’ ଙ୍କ ସହିତ କଥା ହେବା ବେଳେ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି ଋଷୀୟ ଯବାନ୍ ଜଣଙ୍କ ।
ଦୃଶ୍ୟ ଦେଖି ଅନୁମାନ କରାଯାଉଛି ଯବାନ୍ ଜଣଙ୍କ ଖୁବ କମ୍ ଦିନ ହେବ ଋଷୀୟ ସେନାରେ ଯୋଗଦେଇଛନ୍ତି । ଭିଡିଓକୁ ମାଥ୍ୟୁ ଲକ୍ସମୋରେ ନାମକ ଜଣେ ସାମ୍ବାଦିକ ସୋସିଆଲ ମିଡିଆରେ ସେୟା କରିଛନ୍ତି ।





