୨୫ ବର୍ଷ ଧରି ଆମେ ଏକ ସାପକୁ ଖାଇବାକୁ ଦେଇଥିଲୁ; ଏବେ ସେ ଆମ ସାମ୍ନାରେ ଚିତ୍କାର କରୁଛି: ଉଦ୍ଧବ ଠାକରେ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୂର୍ବତନ ସହଯୋଗୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି । ତେବେ ଆମେ ୨୫ ବର୍ଷ ଧରି ଏକ ସାପକୁ ଖାଇବାକୁ ଦେଇଥିଲୁ । ଏବେ ସେହି ସାପଟି ଆମ ସାମ୍ନାରେ ଚିକ୍ରାର କରୁଛି । କିନ୍ତୁ ଆମେ ଏହି ସାପକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ ବୋଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ମୁମ୍ବାଇରେ ମହା ବିକାଶ ଅଗ୍ରୱାଡି ବିଧାୟକ ତଥା ନେତାଙ୍କ ମିଳିତ ବୈଠକରେ ଉଦବୋଧନ ଦେଇ ଶିବସେନାଙ୍କ ପୂର୍ବତନ ସହଯୋଗୀ ଦଳ ବିଜେପିକୁ ନେଇ ଉଦ୍ବେଗଜନକ ମନ୍ତବ୍ୟ ଦେଇଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାର ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ। ବୈଠକ ପୂର୍ବରୁ ଉଦ୍ଧବ ଠାକରେ ବଜେଟ୍ ଅଧିବେଶନରେ ୧୦୦ ପ୍ରତିଶତ ଉପସ୍ଥାନ ନିଶ୍ଚିତ କରିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମେରୁଦଣ୍ଡର ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଉଦ୍ଧବ ଠାକୁର ଶେଷ ଅଧିବେଶନକୁ ଛାଡିଥିଲେ।

ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରି ଏହାକୁ ପ୍ରତିଶୋଧପରାୟଣ ବୋଲି କହିଛନ୍ତି। ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଗିରଫଦାରୀ ସମ୍ପର୍କରେ ଶରଦ ପାୱାର କହିଛନ୍ତି ଯେ ମୋର ରାଜନୈତିକ କ୍ୟାରିୟରରେ ମୁଁ କେବେ ବି ଏପରି ପ୍ରତିଶୋଧ ପରାୟଣ କେନ୍ଦ୍ର ସରକାର ଦେଖି ନାହିଁ। ଶରଦ ପାୱାର କହିଛନ୍ତି ଯେ ନବାବ ମଲିକ ଗିରଫ ହେବା ପରେ ମମତା ବାନାର୍ଜୀ ତାଙ୍କୁ ଡାକିଥିଲେ। ସେ କହିଛନ୍ତି, “ମମତା ବାନାର୍ଜୀ କହିଛନ୍ତି ଯେ ତାଙ୍କ ଦଳର ଚାରିଜଣ ସହକର୍ମୀ ମଧ୍ୟ ଜେଲରେ ଅଛନ୍ତି କିନ୍ତୁ ସେ ସେମାନଙ୍କ ସହ ଲଢ଼ୁଛନ୍ତି । ଆମେ ସମସ୍ତେ ଏକାଠି ହେଲେ ବିଜେପିକୁ ପରାସ୍ତ କରିପାରିବା ବୋଲି କହିଛନ୍ତି ।

Related Posts