ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଘାମାଘଟ ଯୁଦ୍ଧ ହେବାରେ ଲାଗିଛି । ଉଭୟ ଦେଶ ପରସ୍ପରକୁ କଡ଼ା ଟକ୍କର ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ଯୁଦ୍ଧ ଜିତିବା ପରେ ରୁଷ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ବଦଳାଇବା ନେଇ କଳ୍ପନାଜଳ୍ପନା ଚାଲିଛି ।

ତେବେ ଭିକ୍ଟର ୟାନୁକୁମଜଙ୍କୁ ପୁଟିନ ରାଷ୍ଟ୍ରପତି କରପାରନ୍ତି ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ଏହା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ରୁଷର ସୈନିକମାନେ ୟୁକ୍ରେନର ଅଧିକାଂଶ ସ୍ଥାନକୁ କବଜା କରିବାରେ ଲାଗିଛନ୍ତି ।