ବହୁ ମାନସ ମନ୍ଥନ ଓ ଚର୍ଚାରେ ପଡିଲା ପୁର୍ନେଛେଦ | ମେୟର ପ୍ରାର୍ଥୀ ଘୋଷଣା କଲା ଶାସକ ଦଳ ବିଜେଡି । ଭୁବନେଶ୍ୱର ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ସୁଲୋଚନା ଦାସ ହୋଇଛନ୍ତି ଭୁବନେଶ୍ୱରର ମେୟର ପ୍ରାର୍ଥୀ । ଏ ନେଇ ସେ କହିଛନ୍ତି ବିଜୁ ଜନତା ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଉଛି । ସେ ମୋ ଭଳି ଜଣେ ସାଧାରଣ ମହିଳା ଉପରେ ଆଶା, ବିଶ୍ୱାସ ପ୍ରକଟ କରିଛନ୍ତି । ସେହିପରି ବ୍ରହ୍ମପୁର ପାଇଁ ବିଜେଡି ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛିି । ଅନ୍ୟପକ୍ଷରେ କଟକ ପାଇଁ ସୁବାସ ସିଂଙ୍କୁ ବିଜେଡି ମେୟର ପ୍ରାର୍ଥୀ କରିଛି ।
ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଶାସକ ବିଜେଡି ଆଜି ନିଜର ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର ମେୟର ପଦବୀ ନିମନ୍ତେ ଏକାଧିକ ମହିଳା ଦୌଡ଼ରେ ଥିବାବେଳେ ଅଧିକାଂଶ ନେତ୍ରୀଙ୍କର ବିଏମସି ଅଂଚଳରେ ଭୋଟର ଲିଷ୍ଟରେ ନାଁ ନଥିବାରୁ ସେମାନେ ବାଦ୍ ପଡ଼ିଥିଲେ । ୨୦୧୭ ଜୁନ ମାସରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସୁଲୋଚନା ୨୦୧୯ ଅଗଷ୍ଟ ମାସରେ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିଲେ । ସେହିପରି କଟକର ମେୟର ପ୍ରାର୍ଥୀ ସୁବାସ ସିଂ ୨୦୨୦ ଏପ୍ରିଲ ମାସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଆଉ ୪ବର୍ଷ କାର୍ଯ୍ୟକାଳ ବାକି ଥିବାବେଳେ ତାଙ୍କୁ ଦଳ କଟକରେ ମେୟର ପ୍ରାର୍ଥୀ କରାଇଛି । ସେହିପରି ସଂଘମିତ୍ରା ମହିଳା ବିଜେଡିର ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରୁଛନ୍ତି । ବିଧାକୟ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ନିଲମ୍ବନ କରିବା ପରଠୁ ସେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଦାୟିତ୍ୱରେ ରହିଛନ୍ତି ।





