ମହାନଗର ନିର୍ବାଚନକୁ ନେଇ ଆକ୍ସନରେ କମିଶନରେଟ୍‌ ପୋଲିସ: ଖଟି ଉପରେ ଚଢାଉ, ଫାଇନ୍ ଆଦାୟ

ଆଗକୁ ମହାନଗର ନିର୍ବାଚନ । ଏନେଇ ବାଜି ସାରିଛି ନିର୍ବାଚନୀ ବୀଗୁଲ । ପ୍ରାର୍ଥୀଙ୍କ ପକ୍ଷରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ମଧ୍ଯ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଆକ୍ସନ ମୁଡ୍ କୁ ଆସିଛି କମିଶନରେଟ୍‌ ପୋଲିସ । ରାଜରାସ୍ତାରେ ଚାଲିଥିବା ଖଟି ଉପରେ ଅତର୍କିତ ଚଢ଼ାଉ କରୁଛି । ନିର୍ବାଚନ ପାଇଁ କମିଶନରେଟ ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍ । ରାସ୍ତା ଉପରେ ସର୍ବ ସାଧାରଣ ସ୍ଥାନରେ ମଦ ପିଉଥିବା ଲୋକଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଛି ।

ସେପଟେ ଗତ ଦୁଇଦିନ ମଧ୍ୟରେ ଦୁଇଶହ ଲୋକଙ୍କୁ ଫାଇନ ଆଦାୟ କଲାଣି ପୋଲିସ । ରାଜଧାନୀରେ ୬୮ଟି ଖଟି ଉପରେ ଚଢାଉ କରିଛି । ଧରା ପଡ଼ିଥିବା ଲୋକଙ୍କୁ ୫୦୦ ଟଙ୍କା ଫାଇନ ମଧ୍ଯ ନେଉଥିବା ଦେଖିବାକୁ ମିଳିଛି ।

ଆଗକୁ ମହାନଗର ନିର୍ବାଚନ ଆସୁଛି । ତେଣୁ ଏହା ପୂର୍ବରୁ କମିଶନରେଟ ପୋଲିସର ଏପରି ପଦକ୍ଷେପ ନିଆଯାଇଛି । ନିର୍ବାଚନ ସମୟରେ କୌଣସି ହିଂସାକୁ ପ୍ରଶୟ ଦିଆଯିବନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଖଟି କରି ନିର୍ବାଚନୀ ଗପସପ କୁ ବର୍ଦାସ କରାଯିବନାହିଁ ବୋଲି ନିର୍ଦ୍ଦେଶ ନାମା ଜାରି କରାଯାଇଛି ।

Related Posts