ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅସ୍ତ୍ରବିରତି ଘୋଷଣା କଲା ରୁଷ: ୱାର ଜୋନ୍ରେ ଫସିଥିବା ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଘୋଷଣା
ଆଜିକୁ ୧୨ ଦିନରେ ପହଁଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ | ତେବେ ଯୁଦ୍ଧ ମଧ୍ୟରେ ଆଜି ପୁଣି ଥରେ ରୁଷିଆ ପକ୍ଷରୁ ଯୁଦ୍ଧ ବିରତି ଘୋଷଣା କରାଯାଇଛି | କିଭ୍, ମାରିୟୁପୋଲ, ଖାରକିଭ୍ ଏବଂ ସମିରେ ମସ୍କୋ ସମୟ ସକାଳ ୧୦ଟାରୁ (ଦିନ ୧୨ଟା ୩୦ଭାରତୀୟ ସମୟ)ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଯୁଦ୍ଧକୁ ବିରାମ ଦିଆଯାଇଛି | ତେବେ ଲାଗିରହିଥିବା ଯୁଦ୍ଧ ଯୋଗୁ ଅକାରଣରେ ପ୍ରାଣ ହରାଉଛନ୍ତି ସାଧାରଣ ଲୋକ | ତେବେ ଏନେଇ ଉକ୍ତ ଅଞ୍ଚଳରେ ୱାର ଜୋନ୍ରେ ଫସିଥିବା ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମାନିବିକ କରିଡର ଲାଗି ପୁଣି ଥରେ ଅସ୍ତ୍ରବିରତି ଘୋଷଣା କରାଯାଇଛି ।
ଦୁଇ ଦିନ ପୂର୍ବେ ଭଭୟ ଦେଶର ବୁଝାମଣା ପରେ ସାମୟିକ ଭାବେ ଅସ୍ତ୍ର ବିରତି ଘୋଷଣା କରାଯାଇଥିଲା। ହେଲେ ସମସ୍ତ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ବହୁ ସମସ୍ୟା ଉପୁଜିଥିଲା। ଫଳରେ ଏହି ପ୍ରକ୍ରିୟା ସରି ନଥିବା ବେଳେ ପୁଣି ରୁଷ ପକ୍ଷରୁ ହମଲା ଆରମ୍ଭ ହୋଇ ଯାଇଥିଲା । ଗତକାଲି ଆକ୍ରମଣରେ ୟୁକ୍ରେନର ୨ ସାଧାରଣ ନାକରିକଙ୍କ ମୃତ୍ୟୁ ଘଯିଛି। ଗତକାଲି ରୁଷ ପକ୍ଷରୁ ଏକ ଆବାସିକ ଘର ଉପରେ ମିସାଇଲ ମାଡ଼ କରାଯାଇଥିଲା। ଏଥିରେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।
ୟୁକ୍ରେନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୟୁକ୍ରେନ୍ର କ୍ରାମାଟୋରସ୍କରେ ଏହି ଆକ୍ରମଣ କରାଯାଇଛି। ସାଧାରଣ ନାଗରିକିଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ପୁଣି ଥରେ ଅସ୍ତ୍ରବିରତି ଘୋଷଣା କରାଯାଥିବା ରୁଷର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।





