ରୁଷର ଗୁଳିମାଡ଼ରେ ହୋଷ୍ଟୋମେଲର ମେୟର ନିହତ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷର ଗୁଳିମାଡ଼ରେ ହୋଷ୍ଟୋମେଲର ମେୟର ନିହତ । ଋଷର ସୈନ୍ୟବାହିନୀ ହୋଷ୍ଟୋମେଲ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ହୋଷ୍ଟୋମେଲର ମେୟର ଜୀବନ ଚାଲିଯାଇଛି । ମେୟରଙ୍କ ମୃତ୍ୟୁ ପରେ ସହରରେ ଉତ୍ତେଜନା ଦେଖାଦେଇଛି । ସେପଟେ ମସ୍କୋ ଦ୍ୱାରା ସମର୍ଥିତ ପୂର୍ବ ଅଞ୍ଚଳରେ ଥିବା ଡୋନବାସରେ ଋଷର ସୈନ୍ୟଙ୍କ ସହ ୟୁକ୍ରେନ ସୈନ୍ୟମାନେ ଲଢେଇ କରୁଛନ୍ତି ।

ୟୁକ୍ରେନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲାୟାର କହିଛନ୍ତି ଯେ ଡୋନାବସର ଦୁଇଟି ବିଦ୍ରୋହୀ ସହରରେ ୟୁକ୍ରେନ ସୈନ୍ୟମାନେ ଯୁଦ୍ଧ କରୁଛନ୍ତି । ଯେଉଁଠାରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫେବୃଆରୀ ୨୪ରେ ସାମରିକ ଅପରେସନ୍ ଆରମ୍ଭ କରିଛନ୍ତି । ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ ଦାବି କରିଛନ୍ତି ଯେ ଋଷ କିଭ୍ ନିକଟ ଗ୍ରାମ ଏବଂ ସହରରେ ବହୁ ସଂଖ୍ୟକ ସୈନ୍ୟ ସଂଗ୍ରହ କରିଛି । ଆଗାମୀ ଦିନରେ ଋଷର ସେନା କିଭକୁ ଦଖଲ କରିବ ବୋଲି କହିଛନ୍ତି

Related Posts