ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୧୪ ଦିନ ଧରି ଭୟଙ୍କର ଯୁଦ୍ଧ ଚାଲିଛି । ଯୁଦ୍ଧରେ ଉଭୟ ଦେଶର ଅନେକ କ୍ଷୟକ୍ଷତି ହେବା ସହିତ ଅନେକ ସୈନିକ ପ୍ରାଣ ହରାଉଛନ୍ତି । ସେପଟେ ଯୁଦ୍ଧ ଫଳରେ ଅନେକ ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଛନ୍ତି । ଏହା ମଧ୍ୟରେ କିଭରେ ଭାରତୀୟ ଦୂତାବାସର ସାହାଯ୍ୟରେ ୟୁକ୍ରେନର ଏକ ଯୁଦ୍ଧ କ୍ଷେତ୍ରରୁ ପାକିସ୍ତାନୀ ଝିଅ ଆସମା ଶାଫିକକୁ ସ୍ଥାନାନ୍ତର କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଏନେଇ ଆସମା ଏକ ଭିଡିଓ ମଧ୍ୟ କରିଥିବାର ଦେଖିବାକୁ ମିଳିଛି । ଯେଉଁଥରେ ସେ ଭାରତୀୟ ଦୂତାବାସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ “ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି” ରୁ ରକ୍ଷା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ କିବରେ ଥିବା ଭାରତ ଦୂତାବାସକୁ ମୁଁ ବହୁତ କୃତଜ୍ଞ ଜଣାଉଛି ।
https://twitter.com/ANI/status/1501378896003883012?s=20&t=RkJAeHd4744FBra-np–Xg
କାରଣ ଆମେ ବହୁତ କଠିନ ପରିସ୍ଥିତିରେ ଅଟକି ରହିଥିଲୁ । ଏବଂ ମୁଁ ଆଶା କରୁଛି ଯେ ଆମେ ନିରାପଦରେ ଘରେ ପହଞ୍ଚିବୁ । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖବୁ ଭାଇରାଲ ହେବାରେ ଲାଗିଛି । ଆସମା ବର୍ତ୍ତମାନ ପଶ୍ଚିମ ୟୁକ୍ରେନକୁ ଯାଉଛନ୍ତି ଯେଉଁଠାରୁ ସେ ଦେଶ ବାହାରକୁ ଯିବେ। ଅନ୍ୟପଟେ ଫେବୃଆରୀ ୨୪ ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଶତାଧିକ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି ଏବଂ ୧.୫ ମିଲିୟନରୁ ଅଧିକ ଲୋକ ୟୁକ୍ରେନରୁ ପଳାୟନ କରିଛନ୍ତି। ଫେବୃଆରୀ ୨୪ ରେ ଏହି ଆକ୍ରମଣ ଆରମ୍ଭ ହେବା ପରଠାରୁ ଭାରତ ସରକାର ଅପରେସନ ଗଙ୍ଗା ଅଧୀନରେ ପଡୋଶୀ ଦେଶ ଦେଇ ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରୁଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ୧୬,୦୦୦ ରୁ ଅଧିକ ନାଗରିକ ଭାରତକୁ ଫେରିଛନ୍ତି ।
