ୟୁକ୍ରେନ ବିପକ୍ଷରେ ରୁଷିଆର କାର୍ଯ୍ୟାନୁଷ୍ଠାନକୁ ନେଇ ଅନେକ ସମସ୍ୟା ମଧ୍ୟରେ ଛନ୍ଦି ହେଉଛି ଋଷ । ଅନେକ ଦେଶ ଋଷ ବିରୋଧରେ କଟକଣା ଲଗାଇଥିବା ବେଳେ, ଅନେକ କମ୍ପାନୀ ମଧ୍ଯ ଋଷ ବିରୋଧରେ କଟକଣା ଲଗାଇଛନ୍ତି । ତେବେ ଏହାରି ମଧ୍ୟରେ ଏବେ କୋକା-କୋଲା ରୁଷିଆରେ ନିଜର ବ୍ୟବସାୟ ବନ୍ଦ କରିଦେଇଛି । ରୁଷୀୟ ବଜାରରୁ ହଟିବାକୁ ଅନ୍ତର୍ଜାତୀୟ ଚାପ ପରେ କଂପାନୀ ଘୋଷଣା କରିଛି ଯେ, ଦେଶରେ ଅସ୍ଥାୟୀ ଭାବେ ବ୍ୟବସାୟ ବନ୍ଦ କରୁଛି ।
ଇନଷ୍ଟାଗ୍ରାମ ରୁଷୀୟ ଫେଡେରେଶନ ଓ ୟୁକ୍ରେନରେ ୟୁଜର ସବସ୍କ୍ରିପଶନ ଦେଖାଇବା ବନ୍ଦ କରିବ । ଏହା ବ୍ୟତୀତ ରୁଷୀୟ ରାଜ୍ୟ ମିଡିଆର ଲିଙ୍କ ପୋଷ୍ଟକୁ ୟୁଜରର ଫିଡରୁ ଡାଉନଗ୍ରେଡେଡ କରିବ । ଏଥି ସହିତ ରୁଷୀୟ ମିଡିଆ ସାଇଟ ପାଇଁ ଅଗ୍ରଣୀ ଭାବେ ଚିହ୍ନିତ କରାଯିବ ।
ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରିଥିବା ଯୁଦ୍ଧ ବୁଧବାର ୧୪ଦିନରେ ଜାରି ରହିଛି । ଏହାରି ମଧ୍ୟରେ ରୁଷିଆ ଅଧିକ ରକ୍ତମୁଖା ହୋଇଯାଇଛି । ୟୁକ୍ରେନ୍ର ସୁମୀ ସମେତ ଅନ୍ୟ ଅଞ୍ଚଳରେ ଏୟାର ଷ୍ଟ୍ରାଇକ କରିଛି । ଏୟାର ଷ୍ଟ୍ରାଇକ ସମୟରେ ସୁମୀର ୧୬ ବର୍ଷୀୟ ଓର୍ଟୋମ ପ୍ରିମେଙ୍କୋଙ୍କୁ ପୂରା ପରିବାର ଲୋକଙ୍କ ସହିତ ନିହତ କରାଯାଇଛି । ଅର୍ଟୋମ ପ୍ରିମେଙ୍କୋ ସାମ୍ବୋରେ ୟୁକ୍ରେନ୍ର ଚାମ୍ପିଅନ ଥିଲେ ।
