ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ବିଧାନସଭା ୨୫ ତାରିଖରୁ ସଂକ୍ଷିପ୍ତ ବଜେଟ ଅଧିବେଶନ ହେଉଛି। ଏନେଇ ବାଚସ୍ପତି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଏଇଟା ଫୁଲ ବଜେଟ ନୁହେଁ, ୭ ଦିନିଆ ବିଧାନସଭା ହେବ । ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦିକ୍ଷାନ୍ତ ଭାଷଣ ଦେବେ । ସରକାର ଓ ରାଜ୍ୟପାଳ ଯାହା ନିର୍ଦ୍ଦେଶ ଦେବେ ଆମେ ତାହା ପାଳନ କରୁବୁ । ବିରୋଧୀ ଅଭିଯୋଗ କଲେ କିଛି ହେବନି। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ପୌରନିର୍ବାଚନ ପ୍ରକିୟା ଚାଲିଛି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ହୋଇନାହିଁ। ତେଣୁ ବଜେଟ ଅଧିବେଶନ ବିଳମ୍ବରେ ହେଉଛି। ଆଗରୁ ବହୁତ ନଜିର ରହିଛି । ଏଭଳି କାମଚଳା ବଜେଟ ଆସିଛି ।
ତେଣୁ ସରକାରଙ୍କର ବିକାଶ ମୂଳକ କାର୍ୟ୍ୟ ବାଧାପ୍ରାପ୍ତ ନହେବା ପାଇଁ ଏଭଳି କାମଚଳା ବଜେଟ ଆସୁଛି। ବିରୋଧୀ କ’ଣ କହିବେ ପଞ୍ଚାୟତ ନିର୍ବାଚନ ଲୋକ ଠିକ୍ ଜବାବ ଦେଇଛନ୍ତି। ତେଣୁ କିଛି ଅଗଣତାନ୍ତ୍ରିକ ନୁହେଁ ସବୁ ନିୟମ ମାନି କରାଯାଉଛି। ସେପଟେ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନର ଅବଧି ୭ ଦିନ ଥିଲା ବେଳେ ସେଥିରେ ୬ଟି କାର୍ୟ୍ୟଦିବସ ରହିଛି। ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ।





