ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ: ଟୀକା ନାହିଁ ତ ଭୋଟ ଗଣନା କେନ୍ଦ୍ରକୁ ପ୍ରବେଶ ଅନୁମତି ନାହିଁ

ଆସନ୍ତାକାଲି ଠାରୁ ଆରମ୍ଭ ହୋଇଯିବ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଭୋଟ ଗଣନା ପକ୍ରିୟା । ଏଥିଲାଗି ନିର୍ବାଚନ ଆୟୋଗଙ୍କ ଦିଶା ନିର୍ଦ୍ଦେଶ ରାଜ୍ୟକୁ ମିଳିସାରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୌଜନ୍ୟା ନିର୍ବାଚନ ଆୟୋଗଙ୍କ ଏହି ନିର୍ଦ୍ଦେଶକୁ ସବୁ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କୁ ପଠାଇ ଦେଇଛନ୍ତି। ଏହି ଗାଇଡଲାଇନ ଅନୁସାରେ କେବଳ ଟିକା ନେଇଥିବା ଲୋକଙ୍କୁ ହିଁ ଭୋଟ ଗଣନା କେନ୍ଦ୍ରକୁ ପ୍ରବେଶ ଅନୁମତି ପାଇପାରିବେ ବୋଲି ଜଣାପଡିଛି।

ଏହା ଛଡା ଭୋଟ ଗଣନା କରିବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କ ୨୪ ଘଣ୍ଟା ପୂର୍ବରୁ କୋଭିଡ ଆରଟି-ପିସିଆର ପରୀକ୍ଷଣ ଜରୁରି କରାଯାଇଛି। ଏଥିରେ ନେଗଟିଭ ରିପୋର୍ଟ ଥିବା କର୍ମଚାରୀଙ୍କୁ ହିଁ ଅନୁମତି ମିଳିବ ବୋଲି କଡାକଡି କୁହାଯାଇଛି।

ଭୋଟଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏଥର ଭୋଟ ଗଣନାରେ କୋଭିଡ-୧୯ ପ୍ରୋଟକଲର ପୁରାପୁରି ପାଳନ ହେଉଥିବା କୁହାଯାଇଛି। l

Related Posts