ୟୁକ୍ରେନକୁ ସାହାଯ୍ୟର ହାତ ବଢାଇଲା କାନାଡା: ସୈନ୍ୟ ଉପକରଣ ପଠାଇବା ନେଇ ପ୍ରତିଶ୍ରୁତି ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

14 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଋଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି । ସେପଟେ ଋଷ ସେନା ଙ୍କୁ କଡ଼ା ଜବାବ ଦେବାରେ ଲାଗିଛନ୍ତି ୟୁକ୍ରେନ ସେନା । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ସାହାଯ୍ୟ ପାଇଁ ପାଶ୍ଚାତ୍ୟ ଦେଶ ଗୁଡିକ ନିବେଦନ କରୁଥିବା ବେଳେ, ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ସେ ୟୁକ୍ରେନ ପାଇଁ ବଡ଼ ଘୋଷଣା କରିଛନ୍ତି। ଟ୍ରୁଡୋ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ସୈନ୍ୟ ଉପକରଣ ପଠାଇବା ନେଇ ପ୍ରତିଶ୍ରୁତି ଦେଇଛି।

ଟ୍ରୁଡୋ ଟ୍ୱିଟ କରି ଏ ବାବଦରେ ସୂଚନା ଦେଇଛନ୍ତି। ଏହାସହ ରୁଷ ଉପରେ ପ୍ରତିବନ୍ଧକ ଏବଂ ୟୁକ୍ରେନ ପାଇଁ ମନବୀୟ ସହାୟତା ଉପରେ ଆଲୋଚନା କରିଛନ୍ତି । ଟ୍ରୁଡୋ କହିଛନ୍ତି, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କାନାଡା ସଂସଦକୁ ସମ୍ୱୋଧିତ ପାଇଁ ଆମନ୍ତ୍ରିତ କରାଯାଇଥିଲା। କାନାଡାର ଲୋକେ ୟୁକ୍ରନବାସୀଙ୍କ ସାହସ ଏବଂ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ପ୍ରେରିତ ହୋଇଛନ୍ତି।

Related Posts