ନିଜ ନିସ୍ପତି ପାଇଁ ଏବେ ଅନୁତାପ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ | ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ରୁଷ ଉପରେ ଅନେକ କଟକଣା ଲଗାଇଥିବା ବେଳେ, ଏହାରି ମଧ୍ୟରେ ଋଷ ଠାରୁ ତେଲ ଆମଦାନୀ ବନ୍ଦ କରିବା ନେଇ ନିଷ୍ପତି ନେଇଥିଲେ | ଏବେ କିନ୍ତୁ ତାଙ୍କର ଏହି ନିଷ୍ପତି ତାଙ୍କ ଉପରେ ଭାରି ପଡ଼ିବାକୁ ଯାଉଛି | ଆମେରିକାରେ ଏବେ ଆଶୋଧିତ ତୈଳ ଦର ଆକାଶ ଛୁଆଁ ହେବାକୁ ବସିଲାଣି | ଯାହା ଏବେ ଆମେରିକା ପାଇଁ ଘାତକ ସାବ୍ୟସ୍ତ ହୋଇଛି ।

ତୈଳ ସଙ୍କଟ ସମୟରେ ସାଉଦି ଆରବ ଓ ୟୁନାଇଟେଡ୍ ଆରବ ଏମିରେଟ୍ସଠାରୁ ବାଇଡେନଙ୍କୁ ଅପମାନ ସହିବାକୁ ପଡିଛି । ସୂଚନା ମୁତାବକ, ତୈଳ ମୂଲ୍ୟ ହ୍ରାସ ନେଇ ଓପେଜରେ ପ୍ରମୁଖ୍ୟ ଭୂମିକା ନିର୍ବାହ କରୁଥିବା ସାଉଦ ଆରବ ରାଜକୁମାର ମହମ୍ମଦ ବିନ୍ ସଲମାନ୍ ଏବଂ ୟୁନାଇଟେଡ ଆରବ ଏମିରେଟ୍ସର ରାଜକୁମାର ଶେଖ୍ ମହମ୍ମଶ୍ୱିନ୍ ଜାୟଦ୍ ଅଲନ୍ୟାହନଙ୍କୁ ବାଇଡେନ୍ ଫୋନ୍ କରିଥିଲେ । ହେଲେ ଏମାନଙ୍କ ମଧ୍ୟରୁ କେହି ବି ବାଇଡେନଙ୍କ ସହ କଥା ହୋଇନଥିଲେ । କେବଳ ଏତିକି ନୁହେଁ ଆରବ ଯୁବରାଜଙ୍କ ବାପାଙ୍କ ସହ ମଧ୍ୟ କଥା ହେବାକୁ ଚେଷ୍ଟା କରିଥିଲେ ବାଇଡେନ୍ ହେଲେ ତାହା ମଧ୍ୟ ବିଫଳ ହୋଇଛି । ଆଲୋଚନା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ ବୋଲି ଉଭୟ ରାଷ୍ଟ୍ର ପକ୍ଷରୁ ସୂଚନା ଦିଆଯାଇଛି । ବରଂ ଏହି ୨ ରାଷ୍ଟ୍ର ବାଇଡେନଙ୍କ ପାଖରେ ସର୍ତ୍ତ ରଖିଛନ୍ତି । ୟେମେନ୍ ଯୁଦ୍ଧରେ ଆମେରିକା ସହଯୋଗ କଲେ ବାଇଡେନଙ୍କ ସହ ଆଲୋଚନା କରାଯିବ ବୋଲି ଉଭୟରାଷ୍ଟ୍ର ପକ୍ଷରୁ କୁହାଯାଇଛି ।

ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ କୈଳ ଦର ୧୩ ଡଲାର ଛୁଇଁଛି । ଏପରି ସମୟରେ ସାଉଦ ଆରବ ଓ ୟୁଏଇ ଚାହିଁଲେ ବିପୁଳ ପରିମାଣରେ ତୈଳ ଯୋଗାଣ କରିପାରିବେ । ଅନ୍ୟପଟେ ଆମରିକା ମଧ୍ୟ ତୈଳ ଦର ବୃଦ୍ଧି ସମସ୍ୟାରେ ଜୁଝୁଛି । ତୈଳ ଦର କମାଇବାକୁ ସେ କିଛି ବି କରିପାରିବେ ବୋଲି କହିଥିଲେ ବାଇଡେନ୍ । ହେଲେ ୟୁଏଇ ଓ ସାଉଦଆରବ ରାଷ୍ଟ୍ର ମୁଖ୍ୟଙ୍କ ଠାରୁ କୌଣସି ଜବାବ ନମିଳିପାରିବା ପରେ ଏବେ ଘୋର ଚିନ୍ତାରେ ବାଇଡେନ୍ ।