ୟୁପିରେ ପୁଣି ଯୋଗୀ; ଟ୍ରେଣ୍ଡ ଅନୁଯାୟୀ ୨୭୩ ଟି ଆସନରେ ବିଜେପି ଥିବାବେଳେ ୧୧୯ ଟି ଆସନରେ ସମାଜବାଦୀ ପାର୍ଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁପିରେ ପୁଣି ଯୋଗୀ । ଉତ୍ତରପ୍ରଦେଶର ୧୮ ତମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି । ଟ୍ରେଣ୍ଡ ଅନୁଯାୟୀ ୨୭୩ ଟି ଆସନରେ ବିଜେପି ଥିବାବେଳେ ୧୧୯ ଟି ଆସନରେ ସମାଜବାଦୀ ପାର୍ଟି ଆଗରେ ଚାଲୁଛି । ସେପଟେ କରହଲାରେ ହଜାର ହଜାର ଭୋଟରେ ଅଖିଳେଶ ଯାଦବ ଆଗରେ ଥିବାର ଦେଖିବାକୁ ମିଳିଛି । ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଗୋରଖପୁର ଆସନରୁ ଭଲ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ହେଲେ ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ପଛରେ ରହିଥିବାର ସୂଚନା ମିଳିଛି ।

Related Posts