ପଞ୍ଜାବରେ ଆମ ଆଦମୀ ପାର୍ଟିକୁ ମିଳିଛି ବିପୁଳ ସମର୍ଥନ | ଯାହାର ଫଳ ସ୍ୱରୂପ ପଞ୍ଜାବରେ ସରକାର ଗଠନ କରିବ ଆପ | ତେବେ ଏହାରି ମଧ୍ୟରେ ଏହି ସଫଳତାକୁ ନେଇ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରିଛନ୍ତି । ହାତରେ ବିଜୟ ସଙ୍କେତ ଦେଖାଇ ଭଗୱନ୍ତ ମାନଙ୍କ ସହ ଫଟୋ ଶେୟାର କରିଛନ୍ତି । ପୋଷ୍ଟରରେ ଲେଖିଛନ୍ତି ଏହି କ୍ରାନ୍ତି ପାଇଁ ପଞ୍ଜାବବାସୀଙ୍କୁ ବହୁତ ବହୁତ ଧନ୍ୟବାଦ । ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଢିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଭଗବନ୍ତ ମାନ୍ । ଦିଲ୍ଲୀରେ କେଜ୍ରିୱାଲ, ପଞ୍ଜାବରେ ଭଗୱନ୍ତ ମାନ ସରକାର ଗଢିବେ ।

ଦିନ ୨ଟା ଟ୍ରେଣ୍ଡ ଅନୁସାରେ, ୧୧୭ ଆସନରୁ ୯୨ଆସନରେ ଆପ୍ ଆଗୁଆ ରହିଛି । କଂଗ୍ରେସ ୧୮ଆସନରେ ଆଗୁଆ ରହିଥିବା ବେଳେ ସିରୋମଣି ଅକାଳି ଦଳ ୬ ଏବଂ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛି ।

ଅନ୍ୟପଟେ ବିପୁଳ ମାତ୍ରାରେ ବିଜୟ ହାସଲ କରିବା ପରେ ଏକ ଜନସଭାରେ ଯୋଗ ଦେଇଥିଲେ ଭଗୱନ୍ତ । ତାଙ୍କ ସହ ଯୋଗ ଦେଇଛନ୍ତି ତାଙ୍କ ମା’ ।

ପୁଅର ବିଜୟରେ ଆତ୍ମହରା ହୋଇଯାଇଥିଲେ ଭଗୱନଙ୍କ ମା’ । ଜନସଭାର ମଞ୍ଚ ଉପରେ ମା’ ପୁଅଙ୍କ ଖୁସିର ମୁହୂର୍ତ୍ତକୁ ସେୟାର କରିଛନ୍ତି । ପୁଅ ପ୍ରକୃତରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ପାଇଁ କିନ୍ତୁ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି ବୋଲି ଭାବବିହ୍ୱଳିତ ହୋଇ କହିଛନ୍ତି ଭଗୱନଙ୍କ ମା’ ।