ବିଜେପିର ବିଜୟ ଯାତ୍ରାକୁ ନେଇ ଶୁଭେଚ୍ଛା ଜଣାଇଲେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ

ପ୍ରକାଶ ପାଇଛି ୫ ବିଧାନସଭା ନିର୍ବାଚନର ଫଳାଫଳ | ତେବେ ୫ଟି ରାଜ୍ୟରୁ ୪ ରାଜ୍ୟରେ ବିପୁଳ ସମର୍ଥନ ସହ ବିଜୟ ହାସଲ କରିଛି ବିଜେପି । ଏଥିସହ ବହୁ ଚର୍ଚିତ ଉତ୍ତରପ୍ରଦେଶରେ ସରକାର ଗଠନ କରିବାରେ ସକ୍ଷମ ହୋଇଛି ପୁଣି ବିଜେପି | ବିଜେପି ତାର ଗଡ ଏକପ୍ରକାର ଅତୁଟ ରଖିଛି । ବିଜେପିର ଏ ଅଦ୍ଭୁତପୂର୍ବ ସଫଳତା ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ୟୁପିରେ ବିଜେପିର ବାଜିମାତ ପାଇଁ ୟୁପିବାସୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ।

ଗଣମାଧ୍ୟମକୁ ସୂଚନା ଦେଇ ଅସଦୁଦ୍ଦିନ ଓୱେସୀ କହିଛନ୍ତି ୟୁପି ଜନତା ଜନାର୍ଦ୍ଦନ ବିଜେପିକୁ କ୍ଷମତା ଦେଇଛନ୍ତି । ମୁଁ ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି । ମୁଁ AIMIM ରାଜ୍ୟ ସଭାପତି, କର୍ମୀ, ସଦସ୍ୟ ଏବଂ ପବ୍ଲିକ ଯିଏ କି ଆମ ପାଇଁ ଭୋଟ ଦେଇଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଆମ ଉଦ୍ୟମ ଅନେକ କିଛି ହାସଲ କରିଛି ହେଲେ ନିର୍ବାଚନ ଫଳାଫଳ ଆଶା ଅନୁସାରେ ମିଳିନାହିଁ ଆମକୁ ଅଧିକରୁ ଅଧିକ କାମ କରିବାକୁ ପଡିବ ବୋଲି କହିଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ।ସେ ଆହୁରି କହିଛନ୍ତି, ଅନେକ ରାଜନୈତିକ ଦଳ ଇଭିଏମ ସମସ୍ୟା ଦ୍ବାରା ସେମାନଙ୍କ ପରାଜୟକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି । ଏହା ଇଭିଏମ ତ୍ରୁଟି ନୁହେଁ ବରଂ ସେମାନଙ୍କ କୁତ୍ସିତ ମାନସିକତା । ଆମେ ଆଗକୁ କାର୍ଯ୍ୟ ଆରମ୍ଭ କରିବୁ ଏବଂ ମୁଁ ବିଶ୍ବାସ କରେ ଆମେ ଆଗକୁ ଭଲ କରିବୁ । ଲୋକଙ୍କୁ ବୁଝିବାକୁ ହେବ ଆମ ଉତ୍ସାହ ଏବେ ବି ମଉଳିନି ବୋଲି କହିଛନ୍ତି ଅସଦୁଦ୍ଦିନ ଓୱେସୀ ।

ପ୍ରକାଶ ଥାଉ କି, ଚଳିତ ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳ ପ୍ରକାଶିତ ହୋଇଛି । ୪ ରାଜ୍ୟରେ ବିଜେପି ବାଜିମାତ କରିଛି । ଆପ ପଞ୍ଜାବରେ ସରକାର ଗଢ଼ିବ |

Related Posts