ଦେଶରେ ଏବେ ଖସୁଛି କରୋନା ର ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ଏବେ ଦେଶରେ କରୋନା ପଜିଟିଭ ମାମଲା ୫ ହଜାର ତଳକୁ ଖସିଛି | ଫଳରେ ଧୀରେ ଧୀରେ ସ୍ଥିତି ଏବେ ସ୍ବାଭାବିକ ହେବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 4,194 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାତ୍ର ଆଜି ମୃତ୍ୟୁସଂଖ୍ୟା ପୁଣି ବୃଦ୍ଧି ପାଇଛି । ଦିନକରେ ଦେଶରେ 255 କୋରୋନା ସଂକ୍ରମିତ ଆଖି ବୁଜିଥିବା ବେଳେ 6,208 ଆକ୍ରନ୍ତ ସୁସ୍ଥ ହୋଇଛନ୍ତି ।

ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ 42,219ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ ମୋଟ 4,24,26,328 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ 5,15,741 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ରହିଛି । ଦେଶବ୍ୟାପୀ ଏଯାବତ୍ 1,79,72,00,515 କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ 16,73,515 କୋଟି ଡୋଜ୍ ନେଇଛନ୍ତି |

ଏବେସୁଦ୍ଧା ଦେଶରେ ପ୍ରାୟ 4 କୋଟି 29 ଲକ୍ଷ 84 ହଜାର 261 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି 42219 ସକ୍ରିୟ ମାମଲା ରହିଛି ଏବଂ 4 କୋଟି 24 ଲକ୍ଷ 26ହଜାର 328 ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ 515714 ସଂକ୍ରମିତ ପ୍ରାଣ ହରାଇଛନ୍ତି ।