ଓଡିଶା ଉଭୟ ମହିଳା ଓ ପୁରୁଷ ହକି ଦଳକୁ ମିଳିଲା ନୂଆ ପ୍ରଶିକ୍ଷକ; ଏଡଗର ମାସ୍କରେନହାସ ନୂଆ କୋଚ ଭାବରେ ନିଯୁକ୍ତ

ଓଡିଶାର ହକି ଦଳକୁ ମିଳିଲା ନୂଆ କୋଚ | ଉଭୟ ମହିଳା ଓ ପୁରୁଷ ହକି ଦଳ ପାଇଁ ନୂଆ କୋଚ ନିଯୁକ୍ତ ହୋଇଛନ୍ତି | ନୂଆ କୋଚ ହଉଛନ୍ତି ଓଡିଶା ହକି ଦଳର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଏଫଆଇଏଚ ଲେଭଲ-୨ ମାନପତ୍ର ଧାରୀ ଏଡଗର ମାସ୍କରେନହାସ | ତାଙ୍କୁ ନୂଆ କୋଚ ଭାବରେ ନିଯୁକ୍ତ କରାଯାଇଛି | ହକି ଇଣ୍ଡିଆ ପକ୍ଷରୁ ହେବାକୁ ଥିବା ଆଗାମୀ ଜାତୀୟ ପ୍ରକିଯୋଗିତା ପୂର୍ବରୁ ମୁ୍ମ୍ବାଇର ମାସ୍କରେନହାସଙ୍କୁ ଏହି ନିଯୁକ୍ତି ମିଳିଛି ।

ସୂଚନାଯୋଗ୍ୟ, ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଜଣେ ଗୋଲକିପର ଭାବେ ଏୟାର ଇଣ୍ଡିଆ, ମହାରାଷ୍ଟ୍ର ଓ ଭାରତୀୟ ଦଳ ପକ୍ଷରୁ ସେ ଖେଳିଛନ୍ତି ଖାଲି ସେତିକି ନୁହେ ସେ ୧୯୯୫ ସାଫ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ସେହିପରି ୧୯୯୬ ଅଲିମ୍ପିକ୍ସ କ୍ବାଲିଫାୟର ଏବଂ ଇନ୍ଦିରା ଗାନ୍ଧୀ ଗୋଲ୍ଡ କପରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳ ପକ୍ଷରୁ ସେ ଖେଳିଥିଲେ ।୨୦୧୯ରେ ଏଫଆଇଏଚର ଲେଭଲ-୨ କୋଚ ପ୍ରମାଣପତ୍ର ପାଇଥିଲେ ମାସ୍କରେନହାସ । ୨୦୧୭, ୨୦୧୯ ଓ ୨୦୨୧ ଜାତୀୟ ପ୍ରତିଯୋଗୀତା ପାଇଁ ସେ ମହାରାଷ୍ଟ୍ର ସିନିୟର ଦଳର କୋଚ ଥିଲେ । ତାଙ୍କ ପ୍ରଶିକ୍ଷଣରେ ମହାରାଷ୍ଟ୍ର ୨ ଥର କ୍ବାର୍ଟର ଫାଇନାଲ ଏବଂ ଥରେ ସେମିଫାଇନାଲ ଖେଳିଛି ।

Related Posts