ଭାରତ ସହ ଋଷର ସମ୍ପର୍କ ଭଲ ଥିବାବେଳେ ଭାରତକୁ ତୈଳ ବିକିବାକୁ ପ୍ରସ୍ତାବ ଦେଇଛି ରୁଷ | ଋଷ ଉପରେ ଏବେ ଅନେକ ଦେଶ ପ୍ରତିବନ୍ଧକ ଲଗାଇଥିବା ବେଳେ, ଏଭଳି ସ୍ଥିତିରେ ରିହାତି ଦରରେ ତୈଳ ବିକିବାକୁ ପ୍ରସ୍ତାବ ଦେଇଛି ଋଷ ।
ୟୁକ୍ରେନ ଆକ୍ରମଣକୁ ନେଇ ଋଷ ଉପରେ ଆର୍ଥିକ ଓ ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇଛନ୍ତି ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର । ଏପରି ସ୍ଥିତିକୁ ସାମନା କରୁଛି ଋଷୀୟ ତୈଳ କମ୍ପାନୀ । ଏହି ସମୟରେ ଭାରତ ସହ ବ୍ୟାପାର କରି ନିଜର ଆର୍ଥିକ କ୍ଷେତ୍ରକୁ ମଜବୁତ୍ କରିବାକୁ ଚାହୁଁଛି ଋଷ । ଋଷୀୟ ତୈଳ କମ୍ପାନୀ ଗୁଡିକ ଭାରତକୁୁ ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦର ଠାରୁ ୨୫ରୁ ୨୭ ପ୍ରତିଶତ ରିହାତି ଦରରେ ତୈଳ ଯୋଗାଇବାକୁ ଚାହୁଁଛି ଋଷ ।
ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ଆର୍ଥିକ କଟକଣା କ୍ରମରେ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ସିଷ୍ଟମରୁ ଋଷକୁ ବାଦ୍ ଦିଆଯାଇଛି । ଫଳରେ ଅନ୍ୟ ଦେଶ ମାନଙ୍କ ସହ ଋଷର ବାଣିଜ୍ୟିକ ସମ୍ପର୍କ ତୁଟିଯାଇଛି । ଏଭଳି ସ୍ଥଳେ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଯୋଜନା କରୁଛନ୍ତି ରାଷ୍ଟ୍ରପତି ପୁଟିନ୍ । ଏଥିପାଇଁ ଭାରତ ସହ ବ୍ୟାପାରକୁ ମଜବୁତ୍ କରିବା ସହ ତୈଳ ରପ୍ତାନୀ କରିବାକୁ ଋଷ ଚାହୁଁଛି ।
