ପଞ୍ଜାବରେ ଫଳାଫଳ ବଖାଣିଲା କୃଷକଙ୍କ କ୍ରୋଧ: ଶରଦ ପାୱାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନରେ ଚଳିତଥର କଂଗ୍ରେସକୁ ମାତ ଦେଇ ଆମ ଆଦମି ପାର୍ଟି ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛି । ସେପଟେ ପଞ୍ଜାବରେ ଆପର ବିଜୟ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପଞ୍ଜାବବାସୀ ଆଉ ବିଜେପି ଓ କଂଗ୍ରେସ ଉପରେ ଆସ୍ଥା ରଖନଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଏନସିପି ନେତା ଶରଦ ପାୱାର ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ପଞ୍ଜାବ ନିର୍ବାଚିତ ଫଳାଫଳ ସୃଷ୍ଟି କରିଛି କୃଷକଙ୍କ କ୍ରୋଧ ।

ଏମାନେ ନା ବିଜେପି ନା କଂଗ୍ରେସ କାହା ଉପରେ ଭରଷା ନକରି ବରଂ ତୃତୀୟ ଦଳ ଆପକୁ ଭରଷା କରିଛନ୍ତି । ଜନତା ଆପକୁ ଏକ ସୁଯୋଗ ଦେଇଛନ୍ତି ବୋଲି ଶରଦ ପାୱାର କହିଛନ୍ତି । ଏ ଖବରଟି ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନ୍ୟପଟେ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ ୯୨ଟି ଆସନ ପାଇ ସଂଖ୍ୟ ଗାରିଷ୍ଠତା ହାସଲ କରିଥିବାବେଳେ କଂଗ୍ରେସକୁ ୧୮ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏପରିକି ମୁଖ୍ୟମନନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ମଧ୍ୟ ଦୁଇ ଦୁଇଟି ଆସନଳରୁ ହାରିଯାଇଥିଲେ ।

Related Posts