୪ଟି ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପରେ, ବର୍ତ୍ତମାନ ବିଜେପି ଟାଗେର୍ଟରେ ମିଶନ ଗୁଜୁରାଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳତିଥର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ପାଞ୍ଚଟି ରାଜ୍ୟ ମଧ୍ୟରେ ଚାରୋଟିରେ ବିଜେପି ବାଜି ମାରିଛି । ସେପଟେ ୪ ଟି ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପରେ ବର୍ତ୍ତମାନ ମିଶନ ଗୁଜୁରାଟ ଆରମ୍ଭ ହୋଇଯାଇଛି । ଅର୍ଥାତ ବିଜେପିର ନଜର ବର୍ତ୍ତମାନ ଗୁଜୁରାଟ ବିଧାନସଭା ନିର୍ବାଚନ ଉପରେ । ଏନେଇ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି । ସେଠରେ ମୋଦି ମେଗା ରୋଡ ଶୋ’ କରିବାକୁ ଯାଉଛନ୍ତି । ଯେଉଁଠି ପ୍ରାୟ ୪ ଲକ୍ଷ ଲୋକଙ୍କ ଏକାଠି ଦେଖାଯିବ ବୋଲି ସୂଚନା ମିଳିଛି । ଏହା ମଧ୍ୟରେ ମୋଦି ତାଙ୍କର ଦୁଇ ଦିନିଆ ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ସେ ଶୁକ୍ରବାର ଅପରାହ୍ନ ୪ ଟାରେ ପଞ୍ଚାୟତ ମହାସମେଲାନକୁ ସମ୍ବୋଧିତ କରିବେ।

ଯେଉଁଥିରେ ପଞ୍ଚାୟତିରାଜ ଅନୁଷ୍ଠାନର ଅନେକ ପ୍ରତିନିଧୀ ଅଂଶଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେପଟେ ମୋଦି ସକାଳ ୧୦ଟାରେ ଦିଲ୍ଲୀ ବିମାନ ବନ୍ଦରରୁ ବାହାରି ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ ରୋଡ ଶୋ’ ଆରମ୍ଭ କରିବେ । ମୋଦି ରୋଡ ଶୋ’ ୧ ଘଣ୍ଟାରେ ୯ କିଲୋମିଟର ଅତିକ୍ରମ କରିବ ଓ ଏଥିରେ ପ୍ରାୟ ୪ ଲକ୍ଷ ଲୋକ ଏକାଠି ହେବେ ବୋଲି ସୂଚନା ମିଳିଛି ।

Related Posts