ଉତ୍ତରପ୍ରଦେଶରେ ଯୋଗୀଙ୍କ ବିଜୟ ପରେ ଭବ୍ୟ ସ୍ୱାଗତ କଲେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଓ କୁନି ନାତୁଣୀ

ଉତ୍ତରପ୍ରଦେଶରେ ପୁଣି ବିଜୟ ଧ୍ୱଜା ଉଡାଇଛି ବିଜେପି | ବିପୁଳ ଜନମତ ସହ ପୁଣି ଥରେ ସରକାର ଗଢିବାକୁ ଯାଉଛଂତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାକୁ ନେଇ ରାଜ୍ୟର ଉତ୍ସବର ମାହୋଲ । ପ୍ରଚଣ୍ଡ ବିଜୟ ସହ ଦ୍ୱିତୀୟ ଥର ପାଇଁ ସତ୍ତାକୁ ଆସିଛନ୍ତି ଯୋଗୀ । ତେବେ ଯୋଗୀଙ୍କ ଏହି ସଫଳତାକୁ ନେଇ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଓ କୁନି ନାତୁଣୀ । ଯୋଗୀ ଆଦିତ୍ୟନାଥଙ୍କ ମଥାରେ ତିଳକ ଲଗାଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ପୁଣିଥରେ ବହୁମତ ମିଳିବା ପରେ ସମାଜବାଦୀ ପାର୍ଟିର ପୃ୍ଷ୍ଠପୋଷକ ମୂଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ । ତାଙ୍କ ସହ ଥିଲେ ତାଙ୍କ କୁନି ଝିଅ । ଯୋଗୀଙ୍କୁ ସ୍ୱାଗତ ଜଣାଇବା ସହ ତାଙ୍କ ମଥାରେ ତିଳକ ଲଗାଇଥିଲେ ଅପର୍ଣ୍ଣାଙ୍କ ଝିଅ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଅପର୍ଣ୍ଣା ଯାଦବ ମୁଲାୟମଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ବୋହୂ । ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଅପର୍ଣ୍ଣା ସମାଜବାଦୀ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଥିଲେ । ନିର୍ବାଚନ ପୂର୍ବରୁ ସେ ଦଳ ପାଇଁ ଜୋରଦାର ପ୍ରଚାର କରିଥିଲେ ।

Related Posts