ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ପୌର ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ଶାସକ ବିଜୁ ଜନତା ଦଳ କଟକ ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷଙ୍କୁ ନିଲମ୍ବିତ କରିଥିବାର କଥା ସାମ୍ନାକୁ ଆସିଛି । ତେବେ ଦଳ ବିରୋଧୀ କାର୍ଯ୍ୟକୁ ନେଇ କଟକ ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷ ଶ୍ରୀ ମନଜିତ ଦାସଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟରେ ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । କାହିଁକିନା ଗୋଟିଏ ପଟେ ଶାସକ ବିଜୁ ଜନତା ଦଳ ପଞ୍ଚାୟତ ନିର୍ବାଚନ ହେଉ କିମ୍ବା ଜିଲ୍ଲା ପରିଷଦ ନିର୍ବାଚନ ହେଉ ସବୁଥିରେ ବାଜି ମାରୁଛି । ଏସବୁ ମଧ୍ୟରେ କଟକ ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷଙ୍କୁ ନିଲମ୍ବିତ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

