ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚାଇନାରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଚାଇନାରେ ଦ୍ରୁତ ଗତିରେ କରୋନାର ଓମିକ୍ରନ୍ ଭାରିଏଣ୍ଟ ବ୍ୟାପିବାରେ ଲାଗିଛି। ଏନଏଚସି ତଥ୍ୟ ଅନୁଯାୟୀ, ଏଥର କରୋନାର ସବୁଠାରୁ ଅଧିକ ପ୍ରଭାବ ଜିଲିନ୍ ପ୍ରଦେଶରେ ପଡ଼ିଛି। ଗତ ସୋମବାର ଏଠାରୁ ୩୦୦୦ ରୁ ଅଧିକ ଡୋମେଷ୍ଟିକ ଟ୍ରାନ୍ସମିସନ ମିଳିଛି। ଗତ ସୋମବାର ଦିନ ସାରା ବିଶ୍ୱରେ ୧୩ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି।

ଏହି ରୋଗ ହେତୁ ୩୫୭୯ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହା ପୂର୍ବରୁ ଚୀନରେ ରବିବାର ଦିନ ପ୍ରାୟ ୩୩୦୦ ମାମଲା ସାମ୍ନାକୁ ଆସିଥିଲା। କରୋନା ସଂକ୍ରମଣର ଏହି ମାମଲା ଗତ ୨ ବର୍ଷ ମଧ୍ୟରେ ସର୍ବାଧିକ ରହିଛି। ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ସଂଘାଇରେ ବିଦ୍ୟାଳୟଗୁଡ଼ିକ ବନ୍ଦ କରି ଦିଆଯାଇଛି। ଏଥିସହିତ ୧୦ଟି ସହରରେ ଲକଡାଉନ ଜାରି କରାଯାଇଛି।