ଏସପି ଜିତିବ ବୋଲି ଯୁବକ ଜଣକ ବାଇକକୁ ବାଜି ଲଗାଇ ହାରିଯାଇଥିଲେ; ୧ଲକ୍ଷ ଟଙ୍କା ଦେଇ ଏହି କାମ ନକରିବାକୁ କହିଲେ ଅଖିଳେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁପି ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏହା ମଧ୍ୟରେ ସପା ଜିତିବ ବୋଲି ଜଣେ ଯୁବକ ସର୍ତ୍ତ ଲଗାଇ ହାରିବା ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା ହେଲା ଅଖିଳେଶଙ୍କ ଏବିଷୟରେ ଜଣାପଡ଼ିବା ପରେ ସେ ଯୁବକଙ୍କୁ ଡାକି ୧ଲକ୍ଷ ଟଙ୍କା ଦେଇଛନ୍ତି। ସୂଚନା ମୁତାବକ, ସପା ଜିତିବ ବୋଲି ବାଜି ଲଗାଇଥିବା ଅବଦ୍ଧେଶ ଫଳାଫଳ ଆସିବା ମାତ୍ରେ ସର୍ତ୍ତ ହାରିଯାଇଥିଲେ। ଏହା ପରେ ତାଙ୍କୁ ତାଙ୍କ ବାଇକ୍ ହରାଇବାକୁ ପଡ଼ିଥିଲା। ଯେତେବେଳେ ସପାର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଏହା ବିଷୟରେ ଜାଣିଲେ, ସେ ଅବଦ୍ଧେଶକୁ ଲକ୍ଷ୍ନୌକୁ ଡାକି ଏକ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ଏହା ସହ ଭବିଷ୍ୟତରେ ଏଭଳି କୌଣସି ସର୍ତ୍ତ ନ ଲଗାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts