କୋର୍ଟରେ ବଲିଉଡର ପ୍ରସିଦ୍ଧ ଦମ୍ପତି କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ

ବଲିଉଡର ପ୍ରସିଦ୍ଧ ଦମ୍ପତି କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ କୁ ଇତି ମଧ୍ୟରେ ବିତି ଯାଇଛି 3 ମାସ । ବର୍ତ୍ତମାନ ଉଭୟେ ମଧ୍ୟ ସେମାନଙ୍କର ବିବାହକୁ କୋର୍ଟରେ ପଞ୍ଜୀକୃତ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ଭିକିଙ୍କ ପରିବାର ଉପସ୍ଥିତିରେ ବିବାହ ପଞ୍ଜିକରଣ ତଥା ରେଜେଷ୍ଟ୍ରୀ ମ୍ୟାରେଜ୍‌ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଛି। କହିବାକୁ ଗଲେ ଗତ ବର୍ଷ ଡିସେମ୍ବର ୯ରେ କ୍ୟାଟ୍ରିନା ଏବଂ ଭିକି ରାଜସ୍ଥାନରେ ବିବାହ କରିଥିଲେ। ଏହି ରାଜକୀୟ ବିବାହରେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର କିଛି ଲୋକମାନେ ସାମିଲ୍‌ ହୋଇଥିଲେ ।

ଗଣମାଧ୍ୟମ ରିପୋର୍ଟରେ ଅନୁଯାୟୀ ଯେ ଦୁହେଁ ଶନିବାର (ମାର୍ଚ୍ଚ ୧୯, ୨୦୨୨) ରେ ତାଙ୍କ ବିବାହ ପଞ୍ଜିକୃତ କରିଛନ୍ତି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ କ୍ୟାଟ୍ରିନା ଏବଂ ଭିକିଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଉଭୟ ପରିବାର ସହ ଦେଖିବାକୁ ମିଳିଥିଲା । ଏହି ଭିଡିଓଟି କେବଳ ସେହି ଦିନର। ଦୁହେଁ ବିବାହ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ଏହି ଦମ୍ପତି ପୁରା ପରିବାର ସହିତ ଦେଖିବାକୁ ମିଳିଥିଲେ। ଏହା ପରେ ପୁରା ପରିବାର ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଥିଲା।

ଦୁଇ ଜଣ ପରସ୍ପର ସହ କିଛି ବର୍ଷ ରିଲେସନ ସିପ ରେ ରହିବା ପରେ ବିବାହ ପରି ପବିତ୍ର ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ । ଦୁହିଁ ଙ୍କ ଯୋଡ଼ି କୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ତାଙ୍କ ବିବାହ ଖବର କୁ ନେଇ ଦୁହେଁ ବେଶ୍ ଚର୍ଚ୍ଚା ରେ ରହୁଆସୁଚନ୍ତି। ସେ ବିବାହ ସମୟ ର ହେଉ ଅବା ବିବାହ ପରେ ଦର୍ଶକ ମାନେ ଦୂହିଁ କୁ ସବୁ ବେଳେ ଏକାଠି ଦେଖିବା ପାଇଁ ଚାତକ ପରି ଚାହିଁ ରହିଥାନ୍ତି ।

Related Posts