ଅଡ଼ୁଆରେ ସିଦ୍ଧୁ; ରୋଡରେଜ ମାମଲାରେ ପୁନଃର୍ବିଚାର କରି ରାୟ ସଂରକ୍ଷିତ କଲେ ସୁପ୍ରିମ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନବଜୋତ ସିଂହ ସିଦ୍ଧୁଙ୍କ ବଢ଼ିଲା ଅଡ଼ୁଆ । ତେବେ ପୂର୍ବତନ କ୍ରିକେଟରରୁ ରାଜନେତା ବନିଥିବା ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ୧୯୯୮ରେ ହାଇଥିବା ଏକ ରୋଡ ରେଜ ମାମାଲାରେ ଯାଚିକାର ପୁନର୍ବିଚାର ଉପରେ ସୁପ୍ରିମ କୋର୍ଟ ଫୈସଲା ସୁରକ୍ଷିତ ରଖିଛନ୍ତି। ଏହି ରୋଡ ରେଜ ମାମଲାରେ ମୃତାହତ ହୋଇଥିବା ଗୁରନାମ ସିଂହଙ୍କ ସମ୍ପର୍କୀୟ ଯାଚିକା ଦାଖଲ କରିଥିଲେ । ଯେଉଁଥିରେ ୨୦୧୮ ମସିହାରେ ସୁପ୍ରିମ କୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ୩ ବର୍ଷ ଜେଲ ଦଣ୍ଡକୁ ୧୦୦୦ ଟଙ୍କା ଜୋରିମାନାରେ ପରିବର୍ତ୍ତନ କରିଥିଲେ। ସେପଟେ ଜଷ୍ଟିସ ଏଏମ ଖାନାୱିଲକରଙ୍କ ଖଣ୍ଡପୀଠରେ ସିଦ୍ଧୁଙ୍କ ଓକିଲ କହିଛନ୍ତି ସିଦ୍ଧୁଙ୍କର ହତ୍ୟା କରିବାର ଲକ୍ଷ ନଥିଲା ବୋଲି ଦର୍ଶାଇଛନ୍ତି । ଏହି ଝଗଡ଼ା ଗାଡି଼ ପାର୍କିଙ୍ଗ କରିବାକୁ ନେଇ ଉପୁଜିଥିଲା । ଯାହାଫଲରେ ଧସ୍ତାଧସ୍ତି ମଧ୍ୟରେ ଗୁରନାମ ସିଂହଙ୍କର ଶରୀରରେ ଆଘତ ଲାଗିଥିଲା ଓ ପରେ ତାଙ୍କର ମୃତ୍ୟୁ ଘଟିଛି । ଯାଚିକାରେ କୁହାଯାଇଛି ଘଟଣାର ୩୮ ବର୍ଷ ପରେ ଏବେ ସଜା ବଢ଼ାଇବା ପାଇଁ ଦାବି କରିବା ଆଇନ ଗତ ପ୍ରକ୍ରିୟାର ଦୁରୁପୋଯୋଗ ଅଟେ। କୋର୍ଟ ଏହି ଯାଚିକାକୁ ଖାରଜ କରିବା ଆବଶ୍ୟକ।

ସିଦ୍ଧୁଙ୍କ ତରଫରୁ ବରିଷ୍ଠ ଅଧିବକ୍ତା ତଥା କଂଗ୍ରେସ ସାଂସଦ ଏଏମ ସିଂଭି ଓ ଆର ବସନ୍ତ ଉପସ୍ଥିତ ଥିଲେ । ଯାଚିକା ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ସିଦ୍ଧାର୍ଥ ଲୁଥରା ମଧ୍ୟ କୋର୍ଟଙ୍କ ଆଗରେ ଯୁକ୍ତି ଦର୍ଶାଇଥିଲେ । ଅନ୍ୟପଟେ ସୁପ୍ରିମ କୋର୍ଟ ଶୁକ୍ରବାର ନବଜୋତ ସିଂହ ସିଦ୍ଧୁଙ୍କୁ କହିଛନ୍ତି ୧୯୮୮ର ରୋଡ ରେଜ ମାମାଲାରେ ଯାଚିକାକର୍ତ୍ତାଙ୍କ ଦ୍ୱାରା ଯାଚିକାର ରିଭ୍ୟୁ ପିଟିସନ ପାଇଁ ଏବେ ଉଚିତ ସମୟ ନଥିଲା । ସୂଚନା ଥାଉକି ଏହି ମାମଲାରେ ସିଦ୍ଧୁ ୪ ବର୍ଷ ପର୍ୟ୍ୟନ୍ତ ଅଦାଲତରେ ଉପସ୍ଥିତ ହୋଇନଥିଲେ । ୨୦୧୮ ମସିହାରେ ପିଡ଼ୀତଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିଭ୍ୟୁ ପିଟିସନରେ ପ୍ରଥମ ଥର ସିଦ୍ଧୁଙ୍କୁ ନୋଟିସ ଜାରି କରାଯାଇଥିଲା । ଏହି ମାମଲାରେ ନ୍ୟାୟମୁର୍ତ୍ତି ଏଏମ ଖାନ ୱିଲକର ଓ ସଞ୍ଜୟ କିଶନଙ୍କଦ୍ୱାରା ଗଠିତ ଖଣ୍ଡପିଠ କହିଛନ୍ତି “ଏହି ମାମାଲାରେ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ । ଯେତେବେଳେ ଆପଣ ନୋଟିସ ଜାରିକରିବା ପରେ ମଧ୍ୟ କୋର୍ଟରେ ହାଜର ହୋଇନଥିଲେ ତେଣୁ ଆପଣଙ୍କ ପକ୍ଷରୁ ଏଥିରେ ମନ୍ତବ୍ୟ ଦେବା ଉଚିତ ନୁହେଁ” । ଏ ଖବର ସାମ୍ନାକୁ ଆସିବା ପରେ ପଞ୍ଜାବ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts