ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀରରେ ଶାନ୍ତି ପ୍ରତିଷ୍ଠାକୁ ନେଇ ପିଡିପି ନେତା ମେହବୁବା ମୁଫତି ବୟାନ ଦେଇଥିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ କେନ୍ଦ୍ରସରକାର ପାକିସ୍ତାନ ଏବଂ ଜାମ୍ମୁ-କାଶ୍ମୀରର ଲୋକମାନଙ୍କ ସହିତ କଥାବାର୍ତ୍ତା ନହେବା ପର୍ୟ୍ୟନ୍ତ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ହେବ ନାହିଁ ବୋଲି ମେହବୁବା ମୁଫତି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଛି । ସେପଟେ ମୁଫତି ମନ୍ତବ୍ୟ ଦେବା ପରେ ଗୋଟିଏ ଦିନ ପରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ପିଡିପି ମୁଖ୍ୟ ଏପରି ମନ୍ତବ୍ୟ ଦେବା ପଛରେ ବିଜେପି ଶକ୍ତି ଦେଇଛି । ମେହବୁବା ମୁଫତିଙ୍କ ନେତୃତ୍ୱାଧୀନ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି କିଛି ସମୟ ପାଇଁ ବିଜେପିର ଜଣେ ବନ୍ଧୁ ଥିଲେ । ତାଙ୍କ ଦଳସହ ମିଶି ବିଜେପି ସରକାର ଗଠନ କରିଥିଲା ।
ତାଙ୍କ ଦଳ ସବୁବେଳେ ପାକିସ୍ତାନର ସମର୍ଥକ ରହି ଆସିଛି । ଏହାପରେ ମଧ୍ୟ ବିଜେପି ସେହତ ଦଳ ସହ ମିଶି ସରକାର ଗଠନ କରିଥିଲା । ତେଣୁ ବର୍ତ୍ତମାନ ମେହେବୁବା ଯାହା କହୁଛନ୍ତି ସେଥିପାଇଁ ବିଜେପି ହିଁ ଦାୟୀ ବୋଲି ସଞ୍ଜୟ ରାଉତ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅନପଟେ ସଞ୍ଜୟଙ୍କ ବୟାନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ବୟାନ ସହ ଯୋଡା ଯାଇଛି । ଯେଉଁଥିରେ ଫଡନବିଶ ହିନ୍ଦୁତ୍ୱକୁ ନେଇ ଶିବସେନାକୁ ପ୍ରଶ୍ନ କରିଥିଲେ । ତେବେ ଫଡନବିଶ କହିଥିଲେ ବର୍ତ୍ତମାନ ଗେରୁଆର ଦାୟିତ୍ୱ କେବଳ ବିଜେପିର । ଶିବସେନାର ହିନ୍ଦୁତ୍ୱ ପୂର୍ବଭଳି ନାହିଁ । ଶିବସେନାର ହିନ୍ଦୁତ୍ୱ ବର୍ତ୍ତମା ନ କୁଟିଳ ହିନ୍ଦୁତ୍ୱ ହୋଇଯାଇଛି ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ କହିଛନ୍ତି ।





