ଗତ ୮ ବର୍ଷରେ କେତେ ଜଣ କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀରରେ ପୁନଃ ଥଇଥାନ କରିଛ ? ବିଜେପିକୁ କେଜ୍ରିୱାଲଙ୍କ ପ୍ରଶ୍ନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ କାଶ୍ମୀର ଫାଇଲ୍ସ ଫିଲ୍ମ ଆସିବା ଦିନ ଠାରୁ ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାଲେରୀରୁ କାଶ୍ମୀରୀ ପଣ୍ଡିତଙ୍କ ଦେଶ ଛାଡିବା ନେଇ ରାଜନୀତି ଚଳାଇଥିବାରୁ ବିଜେପିକୁ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ତେବେ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ଯେ କାଶ୍ମୀରୀ ପଣ୍ଡିତମାନଙ୍କ ମଧ୍ୟରୁ କେତେଜଣଙ୍କୁ ଭାରତୀୟ ଜନତା ପାର୍ଟି ପୁନଃ ଥଇଥାନ କରାଇଛନ୍ତି । ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଫିଲ୍ମ ‘କାଶ୍ମୀର ଫାଇଲ ଫିଲ୍ମ’କୁ ୟୁଟ୍ୟୁବରେ ପୋଷ୍ଟ କରାଯାଉ ଏବଂ ଏପର୍ୟ୍ୟନ୍ତ ଜମା ହୋଇଥିବା ଟଙ୍କା କାଶ୍ମୀର ପଣ୍ଡିତଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉ ବୋଲି କେଜ୍ରିୱାଲ କହିଛନ୍ତି ।

ଏହା ସହ ଗତ ୮ ବର୍ଷରେ ବିଜେପି ଦ୍ୱାରା ଗୋଟିଏ କାଶ୍ମୀରୀ ପଣ୍ଡିତ ପରିବାର ଉପତ୍ୟକାକୁ ସ୍ଥାନାନ୍ତରିତ ହୋଇଛନ୍ତି କି? ବୋଲି ବିଜେପିକୁ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି । କେବ, ଏତିକି ନୁହେଁ ବରଂ ବିଜେପି ଏହି ପ୍ରସଙ୍ଗରେ ରାଜନୀତି କରୁଛି। ୟୁଟ୍ୟୁବରେ ‘କାଶ୍ମୀର ଫାଇଲ’ ଚଳଚ୍ଚିତ୍ର ଅପଲୋଡ୍ କରିବାକୁ ଆମେ ଦାବି କରୁଛୁ। ଏଥିରୁ ଅର୍ଜିତ ଟଙ୍କା କାଶ୍ମୀରୀ ପଣ୍ଡିତଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବା ଉଚିତ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ସେପଟେ ବିଧାନସଭାରେ ମଧ୍ୟ କେଜ୍ରିୱାଲ ଏହି ପ୍ରସଙ୍ଗ ଉଠାଇଥିଲେ । ସେ ଫିଲ୍ମକୁ ଟିକସମୁକ୍ତ କରିବାର ପଦକ୍ଷେପକୁ ସମାଲୋଚନା କରିଥିଲେ ଏବଂ ମାଗଣାରେ ଦେଖିବା ପାଇଁ ଚଳଚ୍ଚିତ୍ର ନିର୍ମାତାଙ୍କୁ ୟୁଟ୍ୟୁବରେ ଅପଲୋଡ୍ କରିବାକୁ ପରାମର୍ଶ ଦେଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts