ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତନା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଇମ୍ରାନ ଖାନ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ରୁଷକୁ ଗସ୍ତ କଲେ ଏକ ଶକ୍ତିଶାଳୀ ଦେଶ ପାକିସ୍ତାନ ଉପରେ ଖପ୍ପା ହୋଇଛି । ତାଙ୍କ ରୁଷ ଗସ୍ତରେ ଦେଶ ଆପତ୍ତି କରିଛି ଏବଂ ତାଙ୍କ ଉପରେ ରାଗିଛି। ଏହା ସହ ଇମ୍ରାନ ଖାନ ଦାବି କରିଛନ୍ତି ଯେ ଶକ୍ତିଶାଳୀ ଦେଶ ତାଙ୍କ ରୁଷ ଗସ୍ତକୁ ବିରୋଧ କରିଛି ଏବଂ ତାଙ୍କ ଉପରେ ରାଗିଛି। ସେପଟେ ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଭୁଲରେ ଏକ ବିବୃତ୍ତି ଦେଇଛନ୍ତି ଯେ ଆମେରିକା ପାକିସ୍ତାନକୁ ଧମକ ଦେଇଛି। ଅନ୍ୟପଟେ ଇମ୍ରାନ ଖାନ ପରୋକ୍ଷରେ ଆମେରିକାକୁ ଇଙ୍ଗିତ କରି ଏପରି କହୁଥିବାର ଅନୁମାନ କରାଯାଉଛି । ଇମ୍ରାନ ଖାନ ଇସଲାମାବାଦ ସିକ୍ୟୁରିଟି ଡାଇଲଗ ୨୦୨୨ରେ ଭାଷଣ ଦେଇ କହିଛନ୍ତି ଯେ ଭାରତ ପାଶ୍ଚାତ୍ୟ ଦେଶମାନଙ୍କର ସହଯୋଗୀ ହୋଇଥିଲେ ମଧ୍ୟ ଋଷରୁ ତେଲ କିଣୁଛି ଏବଂ ଏହା ଉପରେ କୌଣସି ପ୍ରକାର କଟକଣା ଲାଗୁ କରାଯାଉନାହିଁ ।
କିନ୍ତୁ ମୋର ଋଷ ଗସ୍ତକୁ ନେଇ ଏକ ଶକ୍ତିଶାଳୀ ଦେଶ କ୍ରୋଧିତ ହୋଇଛି। କିନ୍ତୁ ଋଷଠାରୁ ଭାରତ ତେଲ କିଣିବା ନେଇ ଏହି ଶକ୍ତିଶାଳୀ ଦେଶ କୌଣସି ବିରୋଧ କରୁନାହିଁ ଜ୍ଝ ସୂଚନା ଥାଉ କି ୟୁକ୍ରେନ ସହିତ ଋଷର ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଇମ୍ରାନ ଖାନ ଋଷ ଗସ୍ତରେ ଯାଇଥିଲେ ଜ୍ଝ ଆଉ ଭାରତ ସହ ଋଷର ସମ୍ପର୍କକୁ ନେଇ ଆମେରିକା କହିଛି ଯେ ପ୍ରତ୍ୟେକ ଦେଶର ରୁଷ୍ ସହ ନିଜସ୍ବ ସମ୍ପର୍କ ରହିଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସେ ସମ୍ପର୍କରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଚାହୁଁନାହିଁ ବୋଲି ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ୍ କହିଥିଲେ । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
