ହିମାଚଳୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଅନୁରାଗ ଠାକୁରଙ୍କୁ ବିଜେପି ଚାହୁଁଛି: ମନୀଷ ସିସୋଦିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିମାଚଳୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଅନୁରାଗ ଠାକୁରଙ୍କୁ ବିଜେପି ଚାହୁଁଛି । କାହିଁକିନା ଜୟରାମ ଠାକୁରଙ୍କ ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଉଛି । ତେଣୁ ବିଜେପି ହିମାଚଳର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଅନୁରାଗ ଠାକୁରଙ୍କୁ ବିଜେପି ଚାହୁଁଛି ବୋଲି ମନୀଷ ସିସୋଦିଆ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ସହ ଜ୍ୟରେ ଆମ୍ ଆଦମୀ ପାର୍ଟି ବିସ୍ତାର ହେଉଥିବା ଦେଖି ବିଜେପିରେ ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ସାଢେ ଚାରି ବର୍ଷ ମଧ୍ୟରେ ଜୟରାମ ସରକାର ପ୍ରତ୍ୟେକ ଦିଗରେ ବିଫଳତା ପ୍ରମାଣିତ କରିଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବୁଧବାର ଦିନ ମାଣ୍ଡି ଜିଲ୍ଲାରେ ପହଞ୍ଚି ଆମ୍ ଆଦମୀ ପାର୍ଟିର ତ୍ରିରଙ୍ଗା ଯାତ୍ରାରେ ଭାଗ ନେଇଥିଲେ। ଏହି ସମୟ ମଧ୍ୟରେ ଅରବିନ୍ଦ କେଜ୍ରିୱାଲ ହିମାଚଳବାସୀଙ୍କୁ ୫ ବର୍ଷ ଦେବାକୁ ଅନୁରୋଧ କରିଥିଲେ ।

ସେ କହିଥିଲେ ଯେ ରାଜ୍ୟବାସୀ ୩୨ ବର୍ଷ ପାଇଁ କଂଗ୍ରେସକୁ ଏବଂ ବିଜେପିକୁ ମଧ୍ୟ ୧୭ ବର୍ଷ ଶାସନ କରିବାର ସୁଯୋଗ ଦେଇଛନ୍ତି । କିନ୍ତୁ ଏହାର ପ୍ରତିବଦଳରେ ଏହି ଦଳଗୁଡ଼ିକ କେବଳ ଦୁର୍ନୀତି କରିଥିବାବେଳେ ଆମ୍ ଆଦମୀ ପାର୍ଟିକୁ ୫ ବର୍ଷ ପାଇଁ ସୁଯୋଗ ଦେବା ଉଚିତ୍ । ସେ କହିଛନ୍ତି ଯେ ଆମେ ଯେଉଁଭଳି ଭାବରେ ଦିଲ୍ଲୀରେ ବିକାଶ କରିଥିଲୁ, ଆମେ ପଞ୍ଜାବକୁ ସମାନ ମାର୍ଗରେ ଆଗକୁ ବଢାଇବୁ ଏବଂ ସମାନ ମଡେଲ ହିମାଚଳ ପ୍ରଦେଶରେ ମଧ୍ୟ କାର‌୍ୟ୍ୟକାରୀ ହେବ। ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଯଦିଓ ସେ ରାଜନୀତି କରିବା ଜାଣି ନାହାନ୍ତି, ତଥାପି ସ୍କୁଲ ଏବଂ ଡାକ୍ତରଖାନା ଖୋଲିବା ବିଷୟରେ ଜାଣିଥାନ୍ତି ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts