ଦିଲ୍ଲୀ- ମସ୍କୋ ବିମାନକୁ ବାତିଲ କଲା ଏୟାର ଇଣ୍ଡିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ- ମସ୍କୋ ବିମାନକୁ ବାତିଲ କଲା ଏୟାର ଇଣ୍ଡିଆ । ତେବେ ରୁଷ ଓ ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚି ଥିବା ବେଳେ ବିମାନ ଯାତ୍ରା ପ୍ରତି ବିପଦ ରହିଥିବା ଆଶଙ୍କା କରିଛି ଏୟାର ଇଣ୍ଡିଆ। ଏଥିପାଇଁ ବିମାନ ଉଡ଼ାଣକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଯେଉଁ ଯାତ୍ରୀମାନେ ଏହି ବିମାନରେ ଯାତ୍ରା କରିବାକୁ ଟିକେଟ ବୁକିଂ କରି ସାରିଥିଲେ, ସେମାନଙ୍କୁ କମ୍ପାନୀ ପକ୍ଷରୁ ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ସେପଟେ ରୁଷ ଦୂତାବାସ କହିଛି ଯେ “ପ୍ରିୟର ନାଗରିକ, ଆମେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଯେ ଭାରତୀୟ ଏୟାର ଲାଇନ ଏୟାର ଇଣ୍ଡିଆ ଦିଲ୍ଲୀ-ମସ୍କୋ-ଦିଲ୍ଲୀ ବିମାନ ସେବା ପାଇଁ ଟିକେଟ ବିକ୍ରି କରିବା ବନ୍ଦ କରିଛି। ବର୍ତ୍ତମାନ ସ୍ଥିତିରେ ରୁଷକୁ ଉଡ଼ାଣ କେବେ ଆରମ୍ଭ ହେବ, ସେକଥା କୁହାଯାଇ ପାରିବ ନାହିଁ।

ଏୟାର ଇଣ୍ଡିଆର ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ସେମାନଙ୍କ ଟିକେଟ ଟଙ୍କା ଫେରସ୍ତ କରାଯିବ। ତେଣୁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ଅନ୍ୟପଟେ ବର୍ତ୍ତମାନ ସ୍ଥିତିରେ ରୁଷକୁ ଉଡ଼ାଣ କେବେ ଆରମ୍ଭ ହେବ, ସେକଥା କୁହାଯାଇ ପାରିବ ନାହିଁ। ଏୟାର ଇଣ୍ଡିଆର ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ସେମାନଙ୍କ ଟିକେଟ ଟଙ୍କା ଫେରସ୍ତ କରାଯିବ। ତେଣୁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ଏୟାର ଇତ୍ପିଆ ଅଫିସ କହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts