ନିଶା ମାଫିଆ ଅନୀଲ କୁମାର ପାଣ୍ଡିର ୨.୩୫ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଶା ମାଫିଆ ଅନୀଲ କୁମାର ପାଣ୍ଡିର ୨.୩୫ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି । ତେବେ କୋଲକାତା ପ୍ରାଧୀକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସଂପତ୍ତି ବାଜ୍ୟାପ୍ତି ଲାଗି ଅନୁମତି ମିଳିଥିବାର ସୂଚନା ରହିଛି। ଏନଡିପିଏସ୍ ମାମଲାରେ ୨.୩୫ କୋଟି ଟଙ୍କାର ସମ୍ପତ୍ତିର ସଂପତ୍ତି ବାଜ୍ୟାପ୍ତ କରାଯିବ। ସେପଟେ କୁଖ୍ୟାତ ନିଶା ମାଫିଆ ଅନୀଲ କୁମାର ପାଣ୍ଡିର ୨.୩୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ କୋଲକାତା ସ୍ଥିତ ପ୍ରାଧୀକୃତ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଥିଲେ କ୍ରାଇମବ୍ରାଞ୍ଚ୍ ଏସଟିଏଫ । ତାର ଏହି ସମ୍ପତ୍ତି ଭିତରେ ରହିଛି ୩ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଘର। ଏହି କୋଠାର ଦାମ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଅଟକଳ କରାଯାଇଛି।

ତାହାର ମଧ୍ୟ ୩୩ଟି ପ୍ଲଟ ଓ ବ୍ୟାଙ୍କ ଜମା ରହିଥିବା ଜଣାଯାଇଛି। କେବଳ ଏତିକି ନୁହେଁ, ଗୁଜୁରାଟ ଓ ମହାରାଷ୍ଟ୍ରରେ ତାର ସମ୍ପତ୍ତି ଥିବାର ସୁରାକ ମିଳିଛି। ଗତ ୨୦୨୧ ମସିହା ଅଗଷ୍ଟ ୧୩ରେ ୧୦ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରକ ଜବତ ହୋଇଥିଲା। ଏହା ଅନୀଲ ଦ୍ବାରା ଚାଲାଣ ହେଉଥିବା କୁହାଯାଉଛି। ଅନୀଲ କୁମାର ପାଣ୍ଡିର ଅପରାଧିକ ସାମ୍ରାଜ୍ୟ ଓଡ଼ିଶାରୁ ଗୁଜୁରାଟ ପର୍ୟ୍ୟନ୍ତ ଲମ୍ବିଛି। ପୂର୍ବରୁ ତାର ଭାଇ ସୁନୀଲ କୁମାର ପାଣ୍ଡି ଗୁଜୁରାଟ ପୁଲିସ ଦ୍ୱାରା ଗିରଫ ହୋଇଥିଲା। ଅନୀଲ କୁମାର ପାଣ୍ଡି ଏବେ ବି ଫେରାର ଅଛି। ତା ନାଁରେ କୋର୍ଟଙ୍କ ପକ୍ଷରୁ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଛି। ଗତ ବର୍ଷ ଅନୀଲ ସଂପର୍କରେ ସୂଚନା ଦେବାକୁ ଏସଟିଏଫ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts