ମଦ ପିଇ ତିନି ବର୍ଷର ପୁଅର ଗଳାକାଟି ହତ୍ୟା କଲା ମାଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଦ ପିଇ ତିନି ବର୍ଷର ପୁଅର ଗଳାକାଟି ହତ୍ୟା କଲା ମାଆ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ସଦର ଥାନା ପଡାଗଡ ପଞ୍ଚାୟତ ଲୁକୁମାରି ଗ୍ରାମରେ । ଗତକାଲି ଗ୍ରାମରେ ଚୈତ୍ର ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମରେ ପୁଜାର୍ଚ୍ଚନା ସହ ମଦ୍ୟପାନ କରିଥାନ୍ତି ଗ୍ରାମବାସୀ । ଏହି ଅବସରରେ ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ନା କିଛି ଅନ୍ଧବିଶ୍ୱାସ ରଖି ହତ୍ୟା କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ସନ୍ଦେହ କରାଯାଉଛି। ଗତକାଲି ସ୍ଵାମୀ ଗଙ୍ଗା ମୁଦୁଲି ଓ ସ୍ତ୍ରୀ ଫୁଲମତି ମୁଦୁଲିଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି ।

ପାରିବାରିକ କୋଳହକୁ ନେଇ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ କରାଯାଇଛି ନା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ହୋଇଛି ସେ ନେଇ କିଛି ଜଣାପଡ଼ିନାହିଁ । ଏ ସମସ୍ତ ଦିଗକୁ ନେଇ ଘଟଣା ସ୍ଥଳରେ କୋରାପୁଟ ସଦର ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଥିବା ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଅଭିଯୁକ୍ତ ମାଆ ଫୁଲମତି ମୁଦୁଲିକୁ ପୋଲିସ ହାଜତରେ ରଖାଯାଇଛି ଏବଂ ସ୍ବାମୀଙ୍କୁ ପଚରା ଉଚରା ଚାଲିଛି ତେବେ ଦୁହେଁ ଏବେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିବା ପୋଲିସ ସୂଚନା ଦେଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts