କଂଗ୍ରେସ ବଞ୍ଚିଲେ ଦେଶ ବଞ୍ଚିବ; ପିସିସି ସଭାପତି ପରିବର୍ତ୍ତନ କରିବାର ସମୟ ଆସିଯାଇଛି: ତାରା ବାହାନୀପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କଂଗ୍ରେସ ମଧ୍ୟରେ ଦଳୀୟ କନ୍ଦଳ ଦେଖାଦେବାରେ ଲାଗିଛି । ତେବେ ମୁଖ୍ୟତଃ ଦଳୀୟ କର୍ମୀଙ୍କର ପିସିସି ସଭାପତି ପରିବର୍ତ୍ତନର ଦାବି ରହି ଆସୁଛି । ଏହା ମଧ୍ୟରେ ପିସିସି ସଭାପତି ପରିବର୍ତ୍ତନକୁ ନେଇ ତାରା ବାହାନୀପତି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସରେ ନିହାତି ଭାବେ ଯୋଗ୍ୟ ବ୍ୟକ୍ତି ଅଛନ୍ତି । କିଏ ଏଠି କୋଳି ଖାଇ ମଞ୍ଜି ପୋତି ନାହାଁନ୍ତି । ଯଥାଶୀଘ୍ର ପିସିସି ପରିବର୍ତ୍ତନ କରିବା ସମୟ ଆସିଯାଇଛି ମୋତେ କଲେବି ଚଳିବ । ନକଲେ ମଧ୍ୟ ଚଳିବ । କିନ୍ତୁ ଦକ୍ଷିଣ ଓଡ଼ିଶାର ଜଣେ ନିହାତି ଭାବରେ ପିସିସି ହେବା ଦରକାର ।

ବର୍ତ୍ତମାନ ସମୟ ଆସିଛି ସମସ୍ତେ ଏକଜୁଟ ହେବା ଆବଶ୍ୟକ ଅଛି । କାରଣ କଂଗ୍ରେସ ବଞ୍ଚିଲେ ଦେଶ ବଞ୍ଚିବ । ପସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ଦଳରେ ଲାଗିରହିଛି ଛକାପଞ୍ଝା । କିଏ କହୁଛି ପୁରା ପସିସି ପରିବର୍ତ୍ତନ କର କିଏ କହୁଛି ମୁଖିଆ ବଦଳାଅ ବୋଲି କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି । ସେପଟେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ବାରବାଟି ବିଧାୟକ ମହମ୍ମଦ ମୋକ୍କିମ ବଡ଼ ବୟାନ ସାମ୍ନାକୁ ଆସୁଛି । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts