କନ୍ଧମାଳ: ଟିକାବାଲି ଥାନା ଛତିଘର ଗାଁ ନିକଟସ୍ଥ ସାଲୁଙ୍କି ନଦୀରେ ଅଘଟଣ । ଗାଧୋଉଥିବା ବେଳେ ଦୁଇ ଭାଇ-ଭଉଣୀ ନଦୀରେ ବୁଡ଼ି ଯାଇଥିବା ସୂଚନା ମିଳିଛି । ନଦୀରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଡାକ୍ତରଖାନା ନିଆଯାଇଥିବା ବେଳେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଟିକାବାଲି ମେଡିକାଲ ଡାକ୍ତର ।

ଟିକାବାଲି ଥାନା ଛତିଝର ଗାଁର ଯୁଧିଷ୍ଠିର ଦେହୁରୀଙ୍କ ପୁଅ ସତ୍ୟଜିତ(୫) ଓ ପ୍ରଶାନ୍ତ ଦେହୁରୀଙ୍କ ଝିଅ ଜ୍ୟେତିଷ(୪) ସବୁ ଦିନ ପରି ଆଜି ଗାଧୋଇବା ପାଇଁ ସାଲୁଙ୍କୀ ନଦୀକୁ ଯାଇଥିଲେ। ଗାଧୋଇଲା ବେଳେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଯାହାଫଳରେ ଉଭୟ ବୁଡ଼ି ଯାଇଥିଲେ। ସେଠାରେ ଗାଧଉଥିବା ଅନ୍ୟ ଲୋକମାନେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟିକାବାଲି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଭାଇ ଓ ଭଉଣୀଙ୍କ ମୃତ୍ୟୁରେ ଦୁଇ ପରିବାରରେ ଶୋକର ଛାୟା ଖେଳି ଯାଇଛି।