ପାଟନା : କଂଗ୍ରେସ ପାଇଁ ଏବେ ସମସ୍ୟା ହିଁ ସମସ୍ୟା । 5 ରାଜ୍ୟରେ ବିଧାନସଭା ଆସନ ରେ ପରାଜୟ ପରେ କଂଗ୍ରେସ ପାଇଁ ଏବେ ଚିନ୍ତା ବଢ଼ି ଯାଇଛି । ଏହାରି ମଧ୍ୟରେ ବିହାରରେ ରାଜନୈତିକ ସଙ୍କଟ ଦେଖାଦେଇଛି । ବିହାରର ପ୍ରଦେଶ ଅଧ୍ୟକ୍ଷ ମଦନ ଗୋହନ ଝାଙ୍କ ଇସ୍ତଫା ପରେ ନୂତନ ଅଧ୍ୟକ୍ଷଙ୍କୁ ନେଇ କଳ୍ପନା ଜଳ୍ପନା ଜୋର ଧରିଛି। ଏହା ମଧ୍ୟରେ ଏମିତି ଖବର ଆସିଛି ଯାହାକୁ ନେଇ କଂଗ୍ରେସରେ ବର୍ଷ ବର୍ଷ ଧରି ରହି ଦଳର ସେବା କରୁଥିବା ନେତା ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
କୁହାଯାଉଛି ବିହାର ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ଵ କହ୍ନେୟା କୁମାରଙ୍କୁ ଦିଆଯାଇପାରେ। ବିହାରରେ ଆରଜେଡି ଏବଂ କଂଗ୍ରେସର ମାର୍ଗ ଅଲଗା ହୋଇ ସାରିଛି। ଏହାର କାରଣ କହ୍ନେୟା କୁମାର କଂଗ୍ରେସରେ ଯୋଗ ଦେବା କୁହାଯାଉଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ ଉପରେ ରହିଛି ତେବେ କହ୍ନେୟା କୁମାର ବିହାରର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେବେ।
ବିହାରର ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, କହ୍ନେୟା କୁମାର ଭୂମିହାର ଜାତିରୁ ଆସିଛନ୍ତି। ଯଦି ବିହାରରେ ବିଜେପିକୁ ଚ୍ୟାଲେଞ୍ଜ କରିବାର ଅଛି ତେବେ କଂଗ୍ରେସରେ କହ୍ନେୟା କୁମାରଙ୍କ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ବିଶେଷଜ୍ଞ କହିଛନ୍ତି, କହ୍ନେୟା କୁମାରଙ୍କୁ ଦାୟିତ୍ଵ ମିଳିଲେ, ଭୂମିହାର ଯୁବ ବର୍ଗ ଯିଏ ବର୍ତ୍ତମାନ ବିଜେପି ସପକ୍ଷରେ ରହିଛନ୍ତି, ସେମାନେ କଂଗ୍ରେସ ଆଡକୁ ଢଳି ପାରନ୍ତି।
ଏହି ପ୍ରସଙ୍ଗରେ ରାଜ୍ୟର ନେତା କିଛି କହିବାକୁ ଚାହୁଁ ନାହାନ୍ତି। ବିହାର କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରେ ଅନେକ ନେତା ଅଛନ୍ତି। ସେଥିରୁ ସଦାକତ ଆଶ୍ରମାଙ୍କ ନାମ ଚର୍ଚ୍ଚାରେ ରହିଛି। ଏଥିସହ ଦଳିତ ଜାତିରୁ ଆସିଥିବା ମୀରା କୁମାରଙ୍କ ନାମ ମଧ୍ୟ ଏହି ଦୌଡରେ ରହିଛି।
ତେବେ ରାହୁଲ ଗାନ୍ଧୀ କାହାକୁ ଅଧକ୍ଷ ଭାବେ ଚୟନ କରିବେ ଏବେ ତ ଉପରେ ସମସ୍ତଙ୍କ ନଜର ।