କନ୍ଧମାଳ ଫିରିଙ୍ଗିଆ ଥାନା ଅଂଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ପୁଅ ମୃତ, ମା ଗୁରୁତର

ଫୁଲବାଣୀ: କନ୍ଧମାଳ ଫିରିଙ୍ଗିଆ ଥାନା ଅଂଚଳରେ ଘଟିଛି ଏକ ଭୟଂକର ସଡ଼କ ଦୁର୍ଘଟଣା l ଦୁର୍ଘଟଣାରେ ଦୁଇ ପୁଅ ଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଆହତ ହୋଇଛି । ଯୁବକ ଏବଂ ତାଙ୍କ ମାଆ ଫୁଲବାଣୀରୁ ବାଇକରେ ନିଜ ଗ୍ରାମ ଜଜେସପଙ୍ଗାର ଉପର ଦାମିକିଆ ଯାଉଥିବା ବେଳେ ଫିରିଙ୍ଗିଆ ଆଦର୍ଶ ବିଦ୍ୟାଳୟ ନିକଟରେ ଏପରି ଦୁର୍ଘଟଣା ଘଟିଛି l

ମୃତକ ଦୁଇ ଜଣ ହେଲେ ଦୁଇଭାଇ ଚନ୍ଦନ ଦିଗଲ ଓ ଆୟୁଷ ଦିଗଲ । ଫିରିଙ୍ଗିଆ ପୋଲିସ ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ଘଟାଇ ଅଜଣା ଟ୍ରକ ଫେରାର ହୋଇଯାଇଛି l ଗୁରୁତର ଅବସ୍ଥାରେ ମା ଯୋଶନା ଦିଗଲଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

ତେବେ କୌଣସି କାମରେ ମା ଓ ଦୁଇ ପୁଅ ଫୁଲବାଣୀ ଆସିଥିବା ବେଳେ କାମ ସାରି ଗାଁକୁ ଫେରୁଥିଲେ । ଏହି ସମୟରେ ଅଜଣା ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା l ବାଇକଟି ସମ୍ପୁର୍ଣ୍ଣ ଭାଙ୍ଗି ରୁଜି ଯାଇଛି l ଦୁର୍ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Related Posts