ବିଜ୍ଞାପନ ବକେୟା ଦେଉ ନାହାନ୍ତି ସରକାର ଏବଂ ବିରୋଧୀ ଦଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜ୍ଞାପନ ବକେୟା ଦେଉ ନାହାନ୍ତି ସରକାର ଏବଂ ବିରୋଧୀ ଦଳ । ତେବେ ସରକାର ଏବଂ ବିରୋଧୀ ବିଜ୍ଞାପନ ବକେୟା ଦେଉ ନଥିବା ମିଡିଆ ସଂସ୍ଥା ଗୁଡିକ ଅଭିଯୋଗ ଆଣିଛନ୍ତି । ବକେୟା ଟଙ୍କା ପୈଠ କରା ନଗଲେ ରାଜନୈତିକ ଖବରର ବହିଷ୍କାର କରିବାକୁ ଚେତାବନୀ ଦେଇଛନ୍ତି। ଏହି ପ୍ରସଙ୍ଗରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ସାମ୍ୱାଦିକ ସଂଗଠନର ପରବର୍ତ୍ତୀ ବୈଠକ ହେବ। ନିକଟରେ ଏଡିଟର୍ସ ଗିଲ୍ଡ ମଣିପୁର, ମଣିପୁର ହିଲ ଜର୍ଣ୍ଣାଲିଷ୍ଟ ୟୁନିୟନ ଏବଂ ଅଲ ମଣିପୁର ୱାର୍କିଂ ଜର୍ଣ୍ଣାଲିଷ୍ଟ ୟୁନିୟନ ବିଜ୍ଞାପନ ବକେୟାକୁ ନେଇ ବୈଠକ କରିଥିଲେ। ଏହାପରେ ଏକ ମିଳିତ ବୟାନ ଜାରି କରାଯାଇଥିଲା । ନିକଟରେ ଶେଷ ହୋଇଥିବା ମଣିପୁର ବିଧାନସଭାରେ ଦିଆଯାଇଥିବା ବିଜ୍ଞାପନ ବକେୟା ବାବଦରେ ବୟାନରେ ଉଲ୍ଲେଖ କରାଯାଇଥିଲା। ନିର୍ବାଚନ ଶେଷ ହୋଇ ସରକାର ଗଠନ ହେବା ପରେ ବି ଦୁଇ ରାଜନୈତିକ ଦଳ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ବକେୟ ପୈଠ କରି ନାହାନ୍ତି ।

ଅଧିଂକାଶ ବିଜ୍ଞାପନ ଏଜେନ୍ସି ଏବଂ ଆଉଟସୋର୍ସ ଜରିଆରେ ଆସିଥିଲା। ମଣିପୁର ବିଜେପି ଏବଂ ଏମପିସିସି ଦୁହିଁଙ୍କ ଅଧ୍ୟକ୍ଷଙ୍କୁ ଏପ୍ରିଲ ୨୩ ସୁଦ୍ଧା ବକେୟ ଦେବାକୁ କୁହାଯାଇଛି, ନଚେତ ବହିଷ୍କାର ପାଇଁ ଚେତାବନୀ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ମଣିପୁରରେ ଦୁଇ ଡର୍ଜନରୁ ଅଧିକ ସ୍ଥାନୀୟ ଏବଂ ଦୈନିକ ଇଂରାଜୀ ଖବରକାଗଜ ପ୍ରକାଶିତ ହୋଇଥାଏ। ବୟାନ ଅନୁସାରେ, ଦୀର୍ଘ ବର୍ଷକୁ ମଣିପୁର ସରକାର ଉପରେ ୧୦ କୋଟି ଟଙ୍କାର ବିଜ୍ଞାପନ ବିଲ ବୟେକା ରହିଛି । ଗତ ବର୍ଷ ନଭେମ୍ୱର ୨୭ ତାରିଖରେ ତତ୍କାଳୀନ ସୂଚନା ଏବଂ ଲୋକ ସମ୍ପର୍କ ମନ୍ତ୍ରୀଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଯାଇଥିଲା। ମଣିପୁରର ମୁଖ୍ୟ ଶାସନ ସଚିବଙ୍କ ସହ ଏହି ମାମଲାରେ ବୈଠକ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଟଙ୍କା ଦିଆଯିବା ନେଇ ଆଶ୍ୱାସନା ଦିଆଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts