ଜାକର୍ତ୍ତା: ଆଜି ସକାଳୁ ସକାଳୁ ଇଣ୍ଡୋନେସିଆରେ ବଡ ଧରଣର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି | କୋଟାମୋବାଗୁରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରହିଥିବା ସେସମୋଲୋଜି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୋର ସକାଳୁ ହୋଇଥିବାରୁ ଲୋକେ ବୁଲାବୁଲି କରୁଥିଲେ । ଭୂକମ୍ପ ଝଟକା ଜାଣିବା ପରେ ଲୋକେ ଏଣେତେଣେ ପଳାୟନ କରିଥିଲେ । ଘର ଭିତରେ ଥିବା ଲୋକେ ବାହାରକୁ ଆସିଯାଇଥିଲେ ।

ଆଜି ସକାଳ ୬ଟା ୫୩ ମିନଟରେ ଭୂକମ୍ପ ହୋଇଥିବାବେଳେ ଏହାର ଅକ୍ଷାଂଶ ୭.୨୦ ଓ ଦାଘ୍ରିମା ୧୨୭.୦ ରହିଛି । ଏହାର ଗଭୀରତା ୫୦ କିଲୋମିଟର ରହିଛି । ଏହା କୋଟାମୋବାଗୁ, ସୁଲାୱେସିର ଉତ୍ତର-ଉତ୍ତର-ପୂର୍ବର ୭୭୯ କିଲୋମିଟ ଦୂରରେ ଅନୁଭୂତ ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଭୂମିକମ୍ପ ପରେ ସୁନାମି ନେଇ କୌଣସି ଆଲର୍ଟ ଜାରି କରାଯାଇନାହିଁ ।