ସୁନ୍ଦରଗଡ଼ ଜିନ୍ଦଲ ସିମେଣ୍ଟ କାରଖାନାରେ ଅଘଟଣ: ଲୁହା ଖମ୍ଭରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିନ୍ଦଲ ସିମେଣ୍ଟ କାରଖାନାରେ ଘଟିଛି ଅଘଟଣ । ଲୁହା ଖମ୍ଭରେ ଚାପି ହେବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି | ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ନଥିବା ବେଳେ, ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି |

ଖବର ଅନୁଯାୟୀ, ସୁନ୍ଦରଗଡ଼ କୁତ୍ରା ନିକଟସ୍ଥ ଜିନ୍ଦଲ ସିମେଣ୍ଟ କାରଖାନାରେ ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି । ଏକ ଟ୍ରେଲର ରୁ ବଡ଼ ବଡ଼ ଲୁହା ଖମ୍ଭ ହାଇଡ୍ରା ଯୋଗେ ଓହ୍ଲାଇବା ସମୟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏବେ ଯାଏଁ ମୃତ ଶ୍ରମିକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅସାବଧାନତା ଯୋଗୁ ଏକ ଲୁହା ଖମ୍ଭ ଖସି ପଡି କାର୍ଯ୍ୟରତ ଶ୍ରମିକ ଉପରରେ ପଡି ଯିବାରୁ ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

Related Posts