ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୁବ ଶୀଘ୍ର ଏଲନ ମସ୍କ ହେବେ ଟୁଇଟର୍ର ନୂଆ ମାଲିକ ! ଏଲନ ମସ୍କ ଟୁଇଟର୍ର ଗୋଟିଏ ସେୟାର ବଦଳରେ ୫୪.୨୦ ଡଲାର ବା ୪ହଜାର୧୫୨ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ । ଖବର ସରବରାହ ସଂସ୍ଥା ରୟେଟର୍ସର ରିପୋର୍ଟ ଅନୁସାରେ ଟୁଇଟର୍ର ପରିଚାଳନା ବୋର୍ଡ ମସ୍କଙ୍କର ଏଭଳି ପ୍ରସ୍ତାବକୁ ଅନୁମତି ଦେଇଛନ୍ତି। କିନ୍ତୁ ଏଲନ୍ ମସ୍କ କିମ୍ବା ଟୁଇଟର ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟୁଇଟର କୌଣସି ବି ମୁହୁର୍ତ୍ତରେ ୪୩ ବିଲିୟନ ଡଲାର ବା ୩ଲକ୍ଷ ୨୫ ହଜାର କୋଟି ଟଙ୍କାର ଏହି ଡିଲ୍କୁ ସବୁଜ ସଙ୍କେତ ଦେଇପାରେ । ବିଶେଷ ସୂତ୍ରରୁ ଏହା ମଧ୍ୟ ପ୍ରକଶ କରାଯାଇଛି ଯେ ଡିଲ୍ର ଶେଷ ସମୟରେ ମଧ୍ୟ ଡିଲ୍ ଭାଙ୍ଗିଯିବାର ସମ୍ଭାବନା ରହିଛି । ସୂଚନାଥାଉକି, ଏଲନ ମସ୍କ ପ୍ରଥମରୁ କହିଥିଲେଯେ ସେ ଟୁଇଟର୍କୁ କିଣିବା ପାଇଁ ୪୬.୦୫ ଅରବ ଡଲାର ପାଣ୍ଠିର ବ୍ୟବସ୍ଥା କରିସାରିଛନ୍ତି।
