
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟରେ ୩ ମାସ ମଧ୍ୟରେ ୩ ପ୍ରଧାନ ବିଚାରପତି ନେବେ ଦାୟିତ୍ୱ । ତେବେ ଆସନ୍ତା ଅଗଷ୍ଟରେ ଅବସର ନେବେ ପ୍ରଧାନ ବିଚାରପତି ଏନଭି ରମଣା । ତାଙ୍କ ସ୍ଥାନରେ ବରିଷ୍ଠ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କୁ ଦାୟିତ୍ୱ ମଳିବ । ତାଙ୍କ କାର୍ୟ୍ୟକାଳ ଦୁଇରୁ ଅଢେଇ ମାସ ମଧ୍ୟରେ ସରିଯିବ । ତା ପରେ ନଭେମ୍ବରରେ ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଡୁଡ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ଏପରି ଭାବେ ୩ ମାସ ମଧ୍ୟରେ ସୁପ୍ରିମକୋର୍ଟ ୩ ନୂଆ ବିଚାରପତିଙ୍କୁ ଦେଖିବ । ସେହିପରି ଜଷ୍ଟିସ ବିନିତ ସରଣ ଆସନ୍ତା ୧୦ ତାରିଖରେ ଅବସର ନେବେ ।
ଜଷ୍ଟିସ୍ ଏଲ ନାଗେଶ୍ୱର ରାଓ ଓ ଜଷ୍ଟିସ ଏଏମ ଖାନବିଲକର ଜୁନ ୭ ଓ ଜୁଲାଇ ୨୯ରେ ଅବସରଗ୍ରହଣ କରିବେ । ପ୍ରଧାନ ବିଚାରପତି ଏନଭି ରମଣା ଅଗଷ୍ଟ ୨୬ରେ ସେବାନିବୃତ ହେବେ । ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ମଧ୍ୟ ସେପ୍ଟେମ୍ବର ୨୩ରେ ଅବସର ନେବାକୁ ଯାଉଛନ୍ତି । ଯାହାଦ୍ୱାରା ସୁପ୍ରିମକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ୩କୁ ଖସି ଆସିବ । ଏହାପରେ ଜଷ୍ଟିସ ହେମନ୍ଦ ଗୁପ୍ତା ଅକ୍ଟୋବର ୧୬ରେ ନିଦ କାର୍ୟ୍ୟକାଳ ଶେଷ କରିବେ । ବରିଷ୍ଠତା ନିୟମ ଅନୁସାରେ, ଜଷ୍ଟିସ ଲଲିତ ଜଷ୍ଟିସ ରମଣାଙ୍କ ପରେ ଦାୟିତ୍ୱ ତୁଲାଇବେ ଓ ନଭେମ୍ବର ୮ରେ ଅବସର ନେବେ । ଏହାପରେ ଜଷ୍ଟିସ ଚନ୍ଦ୍ରଚୁଡ ମୁଖ୍ୟ ନ୍ୟାୟାଧିଶ ଭାବେ ଦୁଇବର୍ଷ ଯାଏଁ ପ୍ରଧାନ ବିଚାରପତି ପଦରେ ରହିବେ ।