ଭାରତୀୟ ସୀମାରେ ଧରାପଡିଲା ପାକିସ୍ତାନୀ ବୋଟ୍ ‘ଅଲ୍ ହଜ୍’ ଜବତ ହେଲା ୨୮୦କୋଟି ଟଙ୍କାର ହେରୋଇନ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ସୀମାରେ ଧରାପଡିଲା ପାକିସ୍ତାନୀ ବୋଟ୍ ‘ଅଲ୍ ହଜ୍’ । ଜରାଟ ଏଟିଏସ୍ ଏବଂ ଇଣ୍ଡିଆ କୋଷ୍ଟଗାର୍ଡ (ଆଇସିଜି)ର ମିଳିତ ଅପରେସନ୍ରେ ୯ ଜଣ କ୍ରୁ ସଦସ୍ୟଙ୍କ ସହ ପାକିସ୍ତାନୀ ବୋଟ୍କୁ ଜବତ କରିଛି । ଆରବ ସାଗରର ଭାରତୀୟ ସୀମାରେ ପ୍ରାୟ ୨୮୦କୋଟି ଟଙ୍କାର ହେରୋଇନ୍ ନେଇ ଯାଉଥିବା ପାକିସ୍ତାନୀ ବୋଟ୍ ‘ଅଲ ହଜ୍’ ଧରାପଡିଛି । ଏ ନେଇ ଅଧିକ ଛାନଭିନ୍ ପାଇଁ ପାକିସ୍ତାନୀ ବୋଟ୍କୁ ଜଖାଉକୁ ନିଆଯାଉଛି । ଭାରତୀୟ କୋଷ୍ଟଗାର୍ଡ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନୀ ବୋଟ୍ ‘ଅଲ ହଜ୍’ରେ ୯ ଜଣ କ୍ରୁ ସଦସ୍ୟ ରହିଥିଲେ । ବୋଟ୍ଟି ରବିବାର ରାତିରେ ଭାରତୀୟ ଜଳ ସୀମା ଭିତରକୁ ପ୍ରବେଶ କରିଥିଲା । ଗୁଇନ୍ଦା ସୂଚନା ମିଳିବା ପରେ ଗୁଜରାଟର ଏଟିଏସ୍ ଏବଂ ଭାରତୀୟ କୋଷ୍ଟଗାର୍ଡ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସେମାନଙ୍କୁ ଦେଖି ପାକିସ୍ତାନୀ ବୋଟ୍ରେ ଥିବା କ୍ରୁ ସଦସ୍ୟମାନେ ହେରୋଇନ୍ ପ୍ୟାକେଟକୁ ପାଣି ଭିତରକୁ ଫିଙ୍ଗି ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ସଫଳ ହୋଇପାରିନଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହେରୋଇନ୍ ପ୍ୟାକେଟ୍ ଉଦ୍ଧାର କରାଯାଇଛି । ପାକିସ୍ତାନୀ ବୋଟ୍ ଖିପ୍ର ବେଗରେ ଗତି କରିବାରେ ସକ୍ଷମ ଥିଲା । କିନ୍ତୁ ଯେତେବେଳେ ପାକିସ୍ତାନୀ କ୍ରୁ ସଦସ୍ୟମାନେ ଖସିଯିବାକୁ ଚେଷ୍ଟା କରିଥିଲେ ସେମାନଙ୍କୁ ଅଟକାଇବା ପାଇଁ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଗୁଳି ବିନିମୟ କରାଯାଇଥିଲା । ତାପରେ ସେମାନେ ଧରାପଡିଯାଇଥିଲେ । ପାକିସ୍ତାନୀ ବୋଟ୍ରେ ଥିବା ଜଣେ କ୍ରୁ ସଦସ୍ୟ ଆହତ ହୋଇଥିବା ବେଳେ ଅନ୍ୟ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି ।

Related Posts