ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁନ୍ ପ୍ରଥମ ସପ୍ତାହରୁ ଜୟପୁର ଏୟାରଷ୍ଟ୍ରିପରୁ ବିମାନ ଉଡ଼ିବ । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ଯୁଗ୍ମ ନିର୍ଦ୍ଦେଶକ ଉଷା ପାଢ଼ୀ। ସେପଟେ ଜୁନ୍ ପ୍ରଥମ ସପ୍ତାହରୁ ଜୟପୁର ଏୟାରଷ୍ଟ୍ରିପ୍ରୁ ବିମାନ ଉଡ଼ିବ। ୯ ସିଟ୍ ବିଶିଷ୍ଟ ବିମାନ ଏଠାରୁ ଯାତ୍ରା କରିବ। ଏଠାରୁ ଯାତ୍ରୀମାନେ ଭୁବନେଶ୍ୱର ଓ ବିଶାଖାପାଟଣାକୁ ଯାତ୍ରା କରିପାରିବେ। ଏଥିପାଇଁ ଯାତ୍ରୀଙ୍କଚ ସବ୍ସିଡି ମଧ୍ୟ ମିଳିବ ବୋଲି ସେ କହିଛନ୍ତି।

ସେହିପରି ଆଜି ଶ୍ରୀମତୀ ପାଢ଼ୀ କେନ୍ଦ୍ରୀୟ ପ୍ରଭାରୀ ଭାବେ ଆକାଂକ୍ଷା ଜିଲ୍ଲା କୋରାପୁଟର ନନ୍ଦପୁର ଓ ବୋରିଗୁମ୍ମା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ସହ ମିଶନ ଶକ୍ତି ଦ୍ଵାରା ନିର୍ମାଣ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ସମୟରେ ତାଙ୍କ ସହିତ କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଆକ୍ତାର ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।