ପୁଣି ଥରେ ତୃତୀୟ ବିଶ୍ୱ ଯୁଦ୍ଧର ଚେତାବନୀ ଦେଲା ରୁଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ଥରେ ତୃତୀୟ ବିଶ୍ୱ ଯୁଦ୍ଧର ଚେତାବନୀ ଦେଲା ରୁଷ । ୟୁକ୍ରେନକୁ ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଆମେରିକାର ଆର୍ଟିଲରୀ ପଠାଇବା ଘୋଷଣା ପରେ ସ୍ଥିତି ଏବେ ଅଧିକ ଜଟିଳ ହେବାରେ ଲାଗିଛି। ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏବେ ବଡ ବୟାନ ଦେଇ ତୃତୀୟ ବିଶ୍ୱ ଯୁଦ୍ଧର ବାସ୍ତବିକ ବିପଦର ଚେତାବନୀ ଦେଇଛନ୍ତି।
ରୁଷ ବୈଦଶିକ ମନ୍ତ୍ରୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କଡା ସମାଲୋଚନା କରିଛନ୍ତି। ଜେଲେନସ୍କି କଥାବାର୍ତ୍ତା କରିବାର ନାଟକ କରୁଥିବା ସେ ଅଭିଯୋଗ କରିଛନ୍ତି।

ତେବେ ୟୁକ୍ରେନ ପ୍ରତିନିଧିଙ୍କ ସହ ଆଲୋଚନା ଜାରି ରଖିବେ ବୋଲି ସର୍ଗେଇ କହିଛନ୍ତି। ଏହାସହ ସେ ଚେତାବନୀ ଦେଇ କହିଛନ୍ତି, ତୃତୀୟ ବିଶ୍ୱ ଯୁଦ୍ଧ ଏକ ବାସ୍ତବ ବିପଦ । ଏହାର ବିପଦକୁ ଅଣଦେଖା କରାଯାଇ ନ ପାରେ। ରୁଷ ବିଦେଶ ମନ୍ତ୍ରୀ କହିଛନ୍ତି, ଏକ ବୁଝାମଣା ଉପରେ ହସ୍ତାକ୍ଷର ସବୁ କିଛିକୁ ଶେଷ କରିବ। ଆମେରିକାର ବିଦେଶ ମନ୍ତ୍ରୀ ଏବଂ ପାଣ୍ଟାଗନ ମୁଖ୍ୟ କିଭ୍ ଗସ୍ତ କରି ୟୁକ୍ରେନକୁ ଯୁଦ୍ଧ ସାମଗ୍ରୀ ଯୋଗାଇବା ନେଇ ପ୍ରତିଶ୍ରୁତି ଦେବା ପରେ ରୁଷ ପକ୍ଷରୁ ଏହି ବୟାନ ଦିଆଯାଇଛି।

Related Posts