ଭାରତକୁ ଫେରିଲେ ୟେମେନରେ ଫସିଥିବା ୭ ଭାରତୀୟ ନାବିକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତକୁ ଫେରିଲେ ୟେମେନରେ ଫସିଥିବା ୭ ଭାରତୀୟ ନାବିକ । ଓମାନ ସରକାରଙ୍କ ସହାୟତାରେ ଭାରତ ସରକାର ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଅଭିଯାନ ଚଲାଇଥିଲେ। ମୁମ୍ୱାଇର ନାବିକ ମହମ୍ମଦ ମୁନୱର କହିଛନ୍ତି ଆମେ ସେଠାରେ ସାଢ଼େତିନି ମାସ ଫସି ରହିଥିଲୁ। ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ କଥାବାର୍ତ୍ତା କରି ଆମକୁ ଉଦ୍ଧାର କରିଛନ୍ତି ।

ସରକାର ଆମ ସହିତ ୪ଟି ଅନ୍ୟ ଦେଶର ଲୋକମାନଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରିଛନ୍ତି । ଲକ୍ଷ୍ନୌର ନାବିକ ମହମ୍ମଦ ଜଶୀମ ଖାନ କହିଛନ୍ତି ୟେମେନରେ ସ୍ଥିତି ଗମ୍ଭୀର ରହିଛି। ବିଦ୍ରୋହୀମାନେ ଆମ ଜାହାଜ ଓ ସେଥିରେ ଥିବା ସାମଗ୍ରୀ ଉପରେ କବ୍ଜା କରିବା ପାଇଁ ଚାହୁଁଥିଲେ। ଆମମାନଙ୍କୁ ମଧ୍ୟ ବନ୍ଦୀ କରାଯାଇଥିଲା କାରଣ ଜାହାଜରେ ଚାଳକ ଦଳ ଥିଲୁ। ଯେତେବେଳେ ସେମାନେ ଜାଣିଲେ ଆମେ ଭାରତୀୟ ବୋଲି ଆମ ସହିତ ସେମାନେ ଭଲ ବ୍ୟବହାର କରିଥିଲେ।

Related Posts