ଆଜି ୧୨ଘଣ୍ଟିଆ ଆଠଗଡ ବନ୍ଦ

ଆଠଗଡ଼: ଆଜି ୧୨ଘଣ୍ଟିଆ ଆଠଗଡ ବନ୍ଦ | ଆଜି ସକାଳ ୬ଟାରୁ ସଂଧ୍ୟ୍ୟା ୬ଟା ପର୍ଯ୍ୟନ୍ତ ଆଠଗଡ ସୁରକ୍ଷା ମଞ୍ଚ ପକ୍ଷରୁ ଆଠଗଡ଼ ବନ୍ଦ ଡାକରା ଦିଆଯାଇଛି । କଟକ ଉନ୍ନୟନ ସଂସ୍ଥା(ସିଡିଏ) ଅଧୀନକୁ ଚାଲିଯିବ ଆଠଗଡ଼ ବ୍ଳକର ୭୧ଟି ପଞ୍ଚାୟତ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଆଠଗଡ଼ବାସୀ । ଆଠଗଡ଼ବାସୀଙ୍କ ବିନା ପରମର୍ଶରେ ରାଜ୍ୟ ସରକାର ଏପରି ମନମୁଖୀ କାର୍ଯ୍ୟପନ୍ଥା ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି | ଏନେଇ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି |

ଆଠଗଡ଼ର ବିଭିନ୍ନ ସଙ୍ଗଠନ ତଥା ବୁଦ୍ଧିଜୀବୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଫଳରେ ସକାଳୁ ସକାଳୁ ଦୋକାନବଜାର ଖୋଲି ନ ଥିବା ବେଳେ ରାସ୍ତାଘାଟ ଖାଁ ଖାଁ ରହିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୁଲିସ୍‌ ମୁତୟନ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଠଗଡ଼ ବ୍ଲକର ୭୧ଟି ପଞ୍ଚାୟତ କଟକ ଉନ୍ନୟନ ସଂସ୍ଥା ଅଧୀନକୁ ଯିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତେଜୁଛି ଆନ୍ଦୋଳନ। ଆଠଗଡ଼ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି। ନିଜ ଅଭିଯୋଗ ଜଣାଇବା ନିମନ୍ତେ ଆସନ୍ତାକାଲି ଅର୍ଥାତ ୨୯ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏହାପରେ ଏନେଇ ଶୁଣାଣି କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଯାଇଛି।

ସିଡିଏରେ ମିଶ୍ରଣ ହେଲେ ଅଧିକ ଟ୍ୟାକ୍ସ ଗଣିବା ସହ ଜମିବାଡ଼ି କାମ ନିମନ୍ତେ ଆଠଗଡ଼ ତହସିଲ ପରିବର୍ତ୍ତେ କଟକ, ଭୁବନେଶ୍ୱର ଯିବାକୁ ପଡ଼ିବ ବୋଲି ଅଭିଯୋଗ କରିଛନ୍ତି ଆଠଗଡ଼ବାସୀ। ତେଣୁ ସେମାନେ ଏହି ମିଶ୍ରଣକୁ ତୀବ୍ର ବିରୋଧ କରୁଥିବା କହିଛନ୍ତି।

Related Posts